ଭଦ୍ରକ, କଟକ, କେନ୍ଦ୍ରାପଡା, କଳାହାଣ୍ଡିର ସମାଜସେବୀ ଓ ଛାତ୍ରନେତା ବିଜେପିରେ ସାମିଲ

ଭୁବନେଶ୍ୱର : ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭଦ୍ରକ ଜିଲ୍ଲା ବାସୁଦେବପୁର, କଟକ ସଦର ଓ ଆଳୀ ନିର୍ବାଚନ ମଣ୍ଡଳୀର ବହୁ ବିଶିଷ୍ଟ ସମାଜସେବୀ ଏବଂ ଆଇନଜୀବୀ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ସଭାପତି ଶ୍ରୀ ମସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ଭଦ୍ରକ ଜିଲ୍ଲା ବାସୁଦେବ ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ମନୋଜ କୁମାର ନାୟକ, କଟକ ସଦର ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ପ୍ରକାଶ କୁମାର ସେଠୀ, ବିଜେବି କଲେଜ ଛାତ୍ରସଂସଦ ତଥା ଏନଏସୟୁଆଇ ପୂର୍ବତନ ରାଜ୍ୟ ସମ୍ପାଦକ ସୁପ୍ରିମକୋର୍ଟ ଆଇନଜୀବୀ ସୂର୍ଯ୍ୟକାନ୍ତ ପାଢ଼ୀ, କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀ ବାସିନ୍ଦା ତଥା ଯୁବ ଆଇନଜୀବୀ ସଞ୍ଜୀବ ଯୋଶୀ, ଜନ୍ମେଜୟ ରାୟ, ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ପ୍ରତାପ ରାଉତ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସଂପାଦକ ଡ. ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ସରୋଜ କର, କଟକ ସଦର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ରଶ୍ମିରେଖା ଦାସ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button