ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣରେ ୯ ମୃତ

ଚେନ୍ନାଇ : ତାମିଲନାଡୁର ଦୁଇଟି ବାଣ କାରଖାନାରେ ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ ମଙ୍ଗଳବାର ଅଗ୍ନିଶମ ବିଭାଗର ସୂଚନା ବିରୁଧୁନଗର ଜିଲ୍ଲାର ଶିବକାଶୀ ନିକଟରେ ଏକ ବାଣ ତିଆରି କାରଖାନାରେ ପ୍ରଥମ ବିସ୍ଫୋରଣ ହୋଇଥିଲା। ଏଠାରେ କେହି ମୃତାହତ ହୋଇନାହାନ୍ତି। ଏହାର କିଛି ସମୟ ପରେ କାମ୍ମାପଟ୍ଟି ଗ୍ରାମରେ ଥିବା ବାଣ କାରଖାନାରେ ବିସ୍ଫୋରଣ ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପୋଲିସ କାରଖାନା ମାଲିକ ରାଜେନ୍ଦ୍ରନ ଓ ତାଙ୍କ ଜ୍ୱାଇଁ ଅରୁଣ କୁମାରଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଗତ ୯ ତାରିଖରେ ମଧ୍ୟ ତାମିଲନାଡ଼ୁର ଆରିଆଲୁର ଜିଲ୍ଲା ବୀରାଗାଲୁରଠାରେ ବାଣ କାରଖାନାରେ ବିସ୍ଫୋରଣରେ ୭ ଜଣ ମୃତ୍ୟୁବରଣ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button