ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ପିସିସି ସଭାପତି

ଭୁବନେଶ୍ଵର : ଛତିଶଗଡ଼ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ୪୦ଜଣିଆ ଏଆଇସିସିର ତାରକା ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏଥିରେ ସ୍ଥାନ ପାଇଛନ୍ତି ଓଡ଼ିଶାର ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସି ପ୍ରଭାରୀ ଭକ୍ତ ଚରଣ ଦାସ ଓ ଏଆଇସିସି ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲାକା।

ଖବର ଅନୁଯାୟୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ ତାରକା ​​ପ୍ରଚାରକ ତାଲିକାରେ ବରିଷ୍ଠ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନା ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କୁମାରୀ ଶୈଲଜା, ଅଜୟ ମାକେନ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଉପମୁଖ୍ୟମନ୍ତ୍ରୀ ଟି ସିଂଦେଓ, ବାଚସ୍ପତି ଡକ୍ଟର ଚରଣ ଦାସ ମହନ୍ତ ଓ ରାଜ୍ୟ କଂଗ୍ରେସ ମୁଖ୍ୟ ଦୀପକ ବାଇଜ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ପ୍ରମୁଖ ରହିଛନ୍ତି। ସେଠାରେ ନଭେମ୍ବର ୭ ଓ ୧୭ ତାରିଖରେ ଭୋଟ୍ ଗ୍ରହଣ ଏବଂ ଡିସେମ୍ବର ୩ରେ ଭୋଟ୍ ଗଣନା ହେବ।

Leave a Reply

Your email address will not be published. Required fields are marked *

Back to top button