ପାଣ୍ଡିଆନ୍‌ ଗଞ୍ଜାମରୁ ଛିଡ଼ା ହେଲେ ସ୍ୱାଗତ କରିବୁ : ଚ୍ୟାଉ ପଟ୍ଟନାୟକ

ଭୁବନେଶ୍ଵର : ଭି କେ ପାଣ୍ଡିଆନ୍‌ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବାପରେ ବିଜେଡିରୁ ନିର୍ବାଚନ ଲଢିବେ କି ନାହିଁ ତାହା ସ୍ପଷ୍ଟ ହୋଇନି। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ଗଞ୍ଜାମର ବରିଷ୍ଠ ବିଜେଡି ନେତା ରମେଶ ଚ୍ୟାଉ ପଟ୍ଟନାୟକ କହିଛନ୍ତି ଭି କେ ପାଣ୍ଡିଆନ୍‌ ଗଞ୍ଜାମରୁ ଛିଡ଼ା ହେଲେ ସ୍ୱାଗତ କରିବୁ।

ଖବର ଅନୁଯାୟୀ ସେ କହିଛନ୍ତି ଭି କେ ପାଣ୍ଡିଆନ୍‌ ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ଗଞ୍ଜାମର ଜିଲ୍ଲାପାଳ ଥିଲେ। ତାଙ୍କ ସମୟରେ ଶ୍ରେଷ୍ଠ ଜିଲ୍ଲା ଭାବେ ଗଞ୍ଜାମ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା। ଦିବ୍ୟାଙ୍ଗମାନଙ୍କ ପାଇଁ ସେ ଯେଉଁ ପଦକ୍ଷେପ ନେଇଥିଲେ ସେଥିପାଇଁ ତାଙ୍କୁ ହେଲେନ୍‌ କେଲର ପୁରସ୍କାର ମିଳିଥିଲା। ଗଞ୍ଜାମ ଜିଲ୍ଲାରେ ଏଡ୍‌ସ ରୋଗୀଙ୍କ ପାଇଁ ବହୁତ ବଡ଼ ସମସ୍ୟା ଥିଲା। ସେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସେମାନଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ପୂରା ଗଞ୍ଜାମ ଜିଲ୍ଲା ବୁଲିଥିଲେ। ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା ଓ ଗୁରୁଦ୍ୱାର ସମେତ ବିଭନ୍ନ ଉନ୍ନତିମୂଳକ କାମର ତଦାରଖ କରିଥିଲେ। ଏଥିପାଇଁ କୋଟି କୋଟି ଟଙ୍କା ଦେଇଥିଲେ। ଏହାଦ୍ୱାରା ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଆହୁରି ସୁଦୃଢ଼ ହୋଇଥିଲା। ଗୋଷ୍ଠୀ କନ୍ଦଳକୁ ନେଇ ସେ କହିଛନ୍ତି ଜିଲ୍ଲାର ୧୩ଟି ନିର୍ବାଚନ ମଣ୍ଡଳୀରେ ବିଜେଡିର ସଙ୍ଗଠନ ସୁଦୃଢ଼ ରହିଛି। ଲୋକମାନେ ନବୀନ ପଟ୍ଟନାୟକଙ୍କ ଓ ଶଙ୍ଖ ଚିହ୍ନକୁ ଚାହାନ୍ତି।

Leave a Reply

Your email address will not be published. Required fields are marked *

Back to top button