କଫିନରେ ବନ୍ଦ ରାବଣଙ୍କ ମର ଶରୀରକୁ ଜଗିଛି ସର୍ପ

ପୌରାଣିକ ବିଷୟ ଆଧାରରେ ଆଜି ମଧ୍ୟ ବିଶ୍ୱାସ କରାଯାଏ ଶ୍ରୀଲଙ୍କାରେ ରାମାୟଣ ଓ ଭଗବାନ ରାମଙ୍କ ସହ ଜଡିତ ଅନେକ ଚିହ୍ନ ରହିଛି। ସେହିପରି ଅନୁସନ୍ଧାନ ପରେ ଦାବି କରାଯାଇଛି ଶ୍ରୀଲଙ୍କାରେ ପ୍ରାୟ ୫୦ଟି ସ୍ଥାନ ରହିଛି ଯାହା ରାମାୟଣ ସହ ଜଡିତ। ରାଗଲାର ଘଞ୍ଚ ଜଙ୍ଗଲର ପାହାଡରେ ନିର୍ମିତ ଗୁମ୍ଫାରେ ସୁରକ୍ଷିତ ରହିଛି ରାବଣଙ୍କ ମୃତଦେହ। ଭଗବାନ ଶ୍ରୀରାମଙ୍କ ହାତରେ ରାବଣର ହତ୍ୟା ହେବାର ୧୦ହଜାର ବର୍ଷରୁ ଅଧିକ ସମୟ ଅତିବାହିତ ହୋଇସାରିଥିଲେ ହେଁ ଏବେ ରାବଣଙ୍କ ମର ଶରୀର‌ ସେଠାରେ ରହିଛି।

ଶ୍ରୀଲଙ୍କାର ଆନ୍ତର୍ଜାତୀୟ ରାମାୟଣ ଅନୁସନ୍ଧାନ କେନ୍ଦ୍ର ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ ରାଗଲା ଜଙ୍ଗଲରେ ୮,୦୦୦ ଫୁଟ ଉଚ୍ଚରେ ଥିବା ଗୁମ୍ଫାରେ ରାବଣର ମର ଶରୀରକୁ ମମି କରାଯାଇ କଫିନରେ ରଖାଯାଇଛି। ଏହା ଉପରେ ପ୍ରୟୋଗ କରାଯାଇଛି ଏକ ସ୍ୱତନ୍ତ୍ର ପ୍ରକାରର ଆବରଣ। ଯେଉଁଥି ପାଇଁ ଏହା ହଜାର ହଜାର ବର୍ଷ ଧରି ପୂୂର୍ବ ଭଳି ରହିିଛି। ରାବଣର ଶରୀରକୁ ୧୮ଫୁଟ ଲମ୍ବ ଓ ୫ଫୁଟ ଚଉଡା ବିଶିଷ୍ଟ ଏକ କଫିନରେ ରଖାଯାଇଥିବା ବେଳେ କଫିନ୍ ତଳେ ରଖାଯାଇଛି ରାବଣର ଅମୂଲ୍ୟ ଧନରତ୍ନ। ଏହି ଭଣ୍ଡାରକୁ ଏକ ବିଷାକ୍ତ ସାପ ଜଗି ରହିଥିବା ଦାବିି କରାଯାଇଛି।

ବିଶ୍ୱାସ ରହିଛି ପ୍ରଭୁ ରାମ ରାବଣଙ୍କୁ ହତ୍ୟା କରିବା ପରେ ଶେଷ ରୀତିନୀତି ପାଇଁ ଶବ ବିଭୀଷଣକୁ ହସ୍ତାନ୍ତର କରିଥିଲେ। କିନ୍ତୁ ବିଭୀଷଣ ସିଂହାସନ ଗ୍ରହଣ କରିବାକୁ ତତ୍ପର ହୋଇ ରାବଣର ଶେଷ ରୀତିନୀତି ନ କରି ମର ଶରୀରକୁ ଛାଡି ଚାଲିଆସିଥିଲେ। ରାବଣ ପୁଣି ଜୀବନ ଫେରି ପାଇବେ ବୋଲି ଭାବି ନାଗକୂଳର ଲୋକମାନେ ତାଙ୍କ ମୃତଦେହକୁ ସାଙ୍ଗରେ ନେଇଯାଇଥିଲେ। କିନ୍ତୁ ସେ ଜୀବିତ ନହେବାରୁ ବର୍ଷ ବର୍ଷ ଧରି ସୁରକ୍ଷିତ ରଖିବା ପାଇଁ ରାବଣର ମର ଶରୀରକୁ ମମି କରିଥିଲେ।

Leave a Reply

Your email address will not be published. Required fields are marked *

Back to top button