ଜ୍ୟୋତି ମୌର୍ଯ୍ୟଙ୍କ ପ୍ରେମିକ ନିଲମ୍ବିତ ହେବେ

ନୂଆଦିଲ୍ଲୀ : ଏସ୍‌ଡିଏମ୍‌ ଜ୍ୟୋତି ମୌର୍ଯ୍ୟ ମାମଲାରେ ଛନ୍ଦି ହୋଇଛନ୍ତି ମହୋବାର ଜିଲ୍ଳା କମାଣ୍ଡେଣ୍ଟ୍‌ ମନିଷ ଦୁବେ। ତାଙ୍କ ଉପରେ ଲାଗିଛି ଜ୍ୟୋତିଙ୍କ ସହ ପରକୀୟା ପ୍ରୀତି ରହିଥିବା ଆରୋପ। ଏହି ଅଭିଯୋଗ ଆଧାରରେ ମନିଷ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ନିଲମ୍ବନ କରାଯିବ ବୋଲି ସୂଚନା ରହିଛି।

ଖବର ଅନୁଯାୟୀ କିଛିଦିନ ହେବ ଇଣ୍ଟର୍‌ନେଟ୍‌ରେ ଏହି ବିଷୟ ଚର୍ଚ୍ଚାରେ ରହିଥିଲା। ମନିଷ ଦୁବେଙ୍କୁ ନେଇ ଡିଆଇଜି ହୋମଗାର୍ଡ ସନ୍ତୋଷ ସିଂହ ତାଙ୍କର ତଦନ୍ତ ରିପୋର୍ଟ ଡିଜି ହୋମଗାର୍ଡ ବିକେ ମୌର୍ଯ୍ୟଙ୍କୁ ହସ୍ତାନ୍ତର କରିଛନ୍ତି। ରିପୋର୍ଟରେ ମନିଷଙ୍କ ବିରୋଧରେ ରହିଥିବା ୩ଟି ମାମଲା ବିଷୟରେ ଉଲ୍ଲେଖ ହୋଇଛି। ମନିଷ ବିଭାଗର ଭାବମୂର୍ତ୍ତିକୁ ଖରାପ କରିଛନ୍ତି ବୋଲି ସାବ୍ୟସ୍ତ ହେବା ପରେ ତାଙ୍କ ବି‌ରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜ୍ୟୋତି ମୌର୍ଯ୍ୟଙ୍କ ସ୍ଵାମୀ ଆଲୋକ ମୌର୍ଯ୍ୟ ଅଭିଯୋଗ କରିଛନ୍ତି ମନିଷ ଦୁବେଙ୍କ ସହିତ ତାଙ୍କ ପତ୍ନୀଙ୍କର ପ୍ରେମ ସଂପର୍କ ରହିଛି। ସେଥିପାଇଁ ସେ ତାଙ୍କ ସହ ପ୍ରତାରଣା କରିଛନ୍ତି। ସେହିପରି ଅମରୋହା ଜିଲ୍ଲାର ଜଣେ ମହିଳା ହୋମାଗାର୍ଡଙ୍କ ଅଭିଯୋଗ ମନିଷ ତାଙ୍କୁ ଏକା ଦେଖା କରିବାକୁ ଡାକିଥିଲେ। ସେ ନଯିବାରୁ ମନିଷ ତାଙ୍କ ଡ୍ୟୁଟି ଉପରେ ରୋକ ଲଗାଇଦେଲେ। ଏହାଛଡା ମନିଷଙ୍କ ପତ୍ନୀଙ୍କ ଅଭିଯୋଗ ବିବାହ ପରେ ମନିଷ ତାଙ୍କୁ ତାଙ୍କ ବାପାଙ୍କଠାରୁ ୮୦ ଲକ୍ଷ ଟଙ୍କାର ଯୌତୁକ ଆଣିବାକୁ ଚାପ ପକାଉଛନ୍ତି।

Leave a Reply

Your email address will not be published. Required fields are marked *

Back to top button