୯ ଦଫା ଦାବିରେ ୩୧୪ ବ୍ଲକ୍ ଆଗରେ କଂଗ୍ରେସର ପ୍ରତିବାଦ

ଭୁବନେଶ୍ଵର : ଦରଦାମ ବୃଦ୍ଧି, ଆବାସ ଯୋଜନାରେ ଦୁର୍ନୀତି, ବେକାରୀ ସମସ୍ୟା ଓ ଚାଷୀ ସମସ୍ୟା ଆଦି ୯ଟି ପ୍ରସଙ୍ଗ ଉଠାଇ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି। ୩୧୪ ବ୍ଲକ୍ କାର୍ଯ୍ୟାଳୟ ଆଗରେ ଦଳ କରିଛି ପ୍ରତିବାଦ।

ଖବର ଅନୁଯାୟୀ ଶୁକ୍ରବାର କଂଗ୍ରେସ ନେତା ତଥା ପିସିସି ସମ୍ପାଦକ ଶଶୀକାନ୍ତ ଲେଙ୍କାଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କୁ ନିଆଳୀ ପେଟ୍ରୋଲ ଟାଙ୍କି ଛକରୁ ସ୍ୱାଗତ କରି ବ୍ଲକ ପର୍ଯ୍ୟନ୍ତ ନିଆଯାଇଥିଲା। ସେ ନିଆଳୀ ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କହିଲେ ରାଜ୍ୟରେ ବି.ଜେ.ଡ଼ି ସରକାର ଓ କେନ୍ଦ୍ରରେ ବି.ଜେ.ପି ସରକାର ଶାସନ କାଳରେ ଗାଁ ଗଣ୍ଡାର ବିକାଶ ହୋଇପାରି ନାହିଁ। ସାଧାରଣ ଲୋକଙ୍କର ହିତସାଧନ ମଧ୍ୟ ହୋଇପାରିନାହିଁ। ପଂଚାୟତ ଠାରୁ ବ୍ଲକ ଅଫିସ ଓ ଡି.ଆର.ଡ଼ି.ଏ ଅଫିସ ପର୍ଯ୍ୟନ୍ତ ବ୍ୟାପକ ଦୁର୍ନୀତିର ଚେର ମାଡ଼ି ଗଲାଣି। ସବୁଠାରେ ୧୫% ରୁ ୫୦ % ପି.ସି. କାରବାର ଚାଲିଛି। ଉଭୟ ସରକାର ଶହ ଶହ କୋଟି ଟଙ୍କାର ବିଜ୍ଞାପନ ଦେଇ ଗାଁ ଗଣ୍ଡା ବିକାଶର ମିଛ ରଙ୍ଗୀନ ଚିତ୍ର ଦେଖାଉଥିବା ବେଳେ ଗାଁର ଗରୀବ ବାପୁଡ଼ା ମୁହଁ ମାଡ଼ି ପଡ଼ିଛି। ଚାଷୀ ତା’ ଅମଳର ମୂଲ୍ୟପାଉନି। ଓଡ଼ିଆ ଯୁବକ ହାତକୁ କାମ ନାହିଁ। ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଛି ବୋଲି କ୍ଷୋଭର ସହ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ସୌଭାଗ୍ୟ ରଞ୍ଜନ ବସ୍ତିଆ, ଯୁବ ସଭାପତି ଅମୀୟ ରଞ୍ଜନ ନାୟକ, ଛାତ୍ର ସଭାପତି ସୂର୍ଯ୍ୟନାରାୟଣ ସ୍ୱାଇଁ, କେଦାର ସାହୁ, ବେଣୁଧର ସ୍ୱାଇଁ, ଭବନୀ ଶଙ୍କର ନାୟକ, ସୁଧାଂସୁ ପରିନା, ବିଭୂତି ମହାପାତ୍ର, ଦୁଶାସନ ସାହୁ, ବାବୁନା ସ୍ୱାଇଁ,ପ୍ରଦିପ୍ତ ସ୍ୱାଇଁ, ମନୋରଞ୍ଜନ ବେହେରା, ବିଷ୍ଣୁ ରଞ୍ଜନଡାଳୁଆ, ନାରାୟଣ ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ସୁବାସ ଚନ୍ଦ୍ର ରାଉତ, ପ୍ରମୋଦ ଜେନା, ସଲୀଳ ସ୍ୱାଇଁ, ଜ୍ୟୋତି ରଞ୍ଜନ ମଲ୍ଲିକ, ଗଗନ ଭୋଇ, ନିର୍ମଳ ସିଂ, ବଂଶିଧର ବେହେରା, ବଂଶିଧର ରାଜ, ଏସ୍‌.କେ.କରିଫ୍‌, ମଲ୍ଲିକ ୟୁନୁସ୍‌, ମିର ଅଜିମ୍‌, ବିଜୁ ସିଂ, ପ୍ରସନ୍ନ କୁମାର ପାତ୍ର, ଦେଓ ପ୍ରସାଦ, ଶ୍ରୀନିବାସ ରାଉତର ରାୟ, ଚିନ୍ମୟ ସୁନ୍ଦର ଦାସ, ତରୁଣ ମିଶ୍ର, ଜ୍ଞାନ ପଟ୍ଟନାୟକ, ନରୋତମ ନାୟକ, ଦୀପକ କୁମାର ମହାପାତ୍ର ପ୍ରମୁଖ ବହୁ ଯୁବ, ଛାତ୍ର, ମହିଳା ଓ କଂଗ୍ରେସ ଶୁଭେଚ୍ଛୁ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button