ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର : ରାଜଧାନୀକୁ ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍। ରାଜେନ୍ଦ୍ରବିହାର ଆପାର୍ଟମେଣ୍ଟର ୧୦ଟି ଫ୍ଲାଟରେ ଏକାଧିକ ସଂକ୍ରମିତ ଚିହ୍ନଟ ହେବାରୁ ଫରେଷ୍ଟ ପାର୍କକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ଖବର ଅନୁଯାୟୀ ଏକାଧିକ ସଂକ୍ରମିତ ଚିହ୍ନଟ ପରେ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ ନିଆଯାଇଛି। କଣ୍ଟେନମେଣ୍ଟ ଜୋନରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ବିଏମସି କଟକଣା ଲାଗୁ କରିଥିବା ବେଳେ ମେଡିସିନ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ବିଏମସିର ନିର୍ଦ୍ଦେଶ ମୁତାବକ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବାରୁ ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *

Back to top button