ଓଟିଡ଼ିସିର ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଜନପଥରେ ଖୋଲିଲା ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପ୍ରତିଷ୍ଠା ଦିବସରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଓଡ଼ିଆ ଖାଦ୍ୟକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଆଗକୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ଓ ସମ୍ବଲପୁରର ରାନୀ ବଖ୍ରୀଠାରେ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ ଖୋଲିବ। ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପର୍ଯ୍ୟଟନ ନିଗମର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହି ଅଭିନବ ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି।

‘ନିମନ୍ତ୍ରଣ’’ ଜରିଆରେ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନର ପ୍ରୋତ୍ସାହନ ଉଦ୍ୟମର ପ୍ରଶଂସା କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ। ଅବସରରେ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଥିଲେ କୋଭିଡ ମହାମାରୀ ପରବର୍ତ୍ତୀ ପର୍ଯ୍ୟଟନ ପୁନଃଉଦ୍ଧାର କାର୍ଯ୍ୟକ୍ରମରେ କଟକ ମହାନଦୀଠାରେ ଥିବା ସିଲ‍୍‌ଭର ସିଟି ବୋଟ୍‌ କ୍ଲବ, ପୁରୀର ବ୍ଲୁ ଫ୍ଲାଗ ବେଳାଭୂମି ଓ ଚନ୍ଦ୍ରଭାଗା ବେଳାଭୂମିରେ ଖାଦ୍ୟପାନୀୟ ବ୍ୟବସ୍ଥା କରାଯିବା ଭଳି ଅନେକ ପଦକ୍ଷେପ ନିଆଯାଇଛି। ଶୁଦ୍ଧ ଓଡ଼ିଆ ବ୍ୟଞ୍ଜନ ପ୍ରଣାଳୀକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଏକ ରନ୍ଧନ ପ୍ରତିଯୋଗିତା ‘ଆମ ହାଣ୍ଡିଶାଳ’ ଆୟୋଜନ କରାଯାଇଥିଲା। ରଜ ଉପଲକ୍ଷେ ଭ୍ରାମ୍ୟମାଣ ଯାନରେ ବିଭିନ୍ନ ପ୍ରକାର ପିଠା ଲୋକଙ୍କ ନିକଟକୁ ପହଞ୍ଚା ଯାଇଥିଲା ବୋଲି ସେ କହିଛନ୍ତି। ଏହାଛଡା ଓଟିଡିସିର ସ୍ଥପାନା ଦିବସକୁ ସ୍ମରଣୀୟ କରିବା ପାଇଁ ଏକ କ୍ୱିଣ୍ଟାଲ୍‌ ଓଜନର ପୋଡ଼ପିଠା ପ୍ରସ୍ତୁତ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button