ଦୁଇ ବାଘଛାଲ ବେପାରୀ ଗିରଫ

ଭୁବନେଶ୍ୱର : ଦୁଇଜଣ ବାଘଛାଲ ବେପାରୀଙ୍କୁ ସ୍ପେଶାଲ ଟାସ୍କଫୋର୍ସ ବା ଏସଟିଏଫ ଗିରଫ କରିଛି। ଏହି ଅଭିଯୁକ୍ତଦ୍ୱୟ ହେଲେ ବିକ୍ରମ ମାଝୀ ଓ ରାଜା ମାଝୀ।

ଖବର ଅନୁଯାୟୀ ଏସଟିଏଫ ଗିରଫ କରିଥିବା ଅଭିଯୁକ୍ତଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହାକୁ ବାୟୋଲୋଜିକାଲ ଟେଷ୍ଟ ପାଇଁ ଡେରାଡୁନ ପଠାଯିବ। ଏସଟିଏଫ କେସ ନମ୍ବର ୨୭, ଦଫା ୩୭୯, ୪୧୧, ୧୨୦ ବି ସହିତ ବନ୍ୟଜନ୍ତୁ ସରଂକ୍ଷଣ ଆଇନ ଆଧାରରେ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତଙ୍କୁ ରାୟଗଡା ଏସଡିଜେଏମ କୋର୍ଟରେ ହାଜର କରାଯିବ।

Leave a Reply

Your email address will not be published. Required fields are marked *

Back to top button