୩ବର୍ଷରେ ଦେଶରୁ ୧୦ଲକ୍ଷରୁ ଅଧିକ ମହିଳା ନିଖୋଜ

ନୂଆଦିଲ୍ଲୀ : ଦେଶରୁ ତିନିବର୍ଷ ମଧ୍ୟରେ ୧୦ଲକ୍ଷରୁ ଅଧିକ ମହିଳା ନିଖୋଜ ହୋଇଛନ୍ତି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ବା ଏନସିଆରବିର ରିପୋର୍ଟରୁ ଏହା ଜଣାପଡିଛି।

ଖବର ଅନୁଯାୟୀ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରାଳୟ ତଥ୍ୟ ଆଧାରରେ କହିଛି ୨୦୨୧ମହିହାରେ ୧୮ବର୍ଷ ବୟସରୁ ଅଧିକ ୩ ଲକ୍ଷ ୭୫ ହଜାର ୮୮ଜଣ ମହିଳା ନିଖୋଜ ହୋଇଛନ୍ତି। ସେହିପରି ୨୦୧୯ରୁ ୨୧ ମଧ୍ୟରେ ୧୦ଲକ୍ଷରୁ ଅଧିକ ସଂଖ୍ୟକ ମହିଳା ନିଖୋଜ ଅଛନ୍ତି। ମହାରାଷ୍ଟ୍ର୍ରଓ ମଧ୍ୟପ୍ରଦେଶର ଅଧିକାଂଶ ନିଖୋଜ ଥିବା ବେଳେ ପଛକୁ ରହିଛି ପଶ୍ଚିମବଙ୍ଗ। ନିଖୋଜଙ୍କ ମଧ୍ୟରେ ପାଖାପାଖି ୮ଲକ୍ଷ ମହିଳା ଥିବାବେଳେ ଦୁଇ ଲକ୍ଷରୁ ଅଧିକ ନାବାଳିକା ଥିବା ରିପୋର୍ଟରେ ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *

Back to top button