ଗୋଲାପୀ ହୋଇଗଲା ଆକାଶର ରଙ୍ଗ

ନୂଆଦିଲ୍ଲୀ : ଆକାଶର ରଙ୍ଗ ହଠାତ ବଦଳି ଗୋଲାପୀ ହୋଇଗଲା। ଏହି ବିରଳ ଦୃଶ୍ୟ ବ୍ରିଟେନରେ ଦେଖିବାକୁ ମିଳିଛି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଖବର ଅନୁଯାୟୀ ଅକ୍ଟୋବର ୧୯ ତାରିଖରେ ବ୍ରିଟେନର କେଣ୍ଟର ଥାନେଟ ଅଞ୍ଚଳରେ ଏହି ଦୃଶ୍ୟକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେତେକ ଏହାକୁ ଦେଖି ଭୟଭୀତ ହୋଇପଡିଥିବା ବେଳେ ଆଉ କେତେକ ଗୋଲପୀ ଆକାଶର ଦୃଶ୍ୟକୁ କ୍ୟାମେରାରେ କୈଦ କରି ନେଇଥିଲେ।

କୁହାଯାଉଛି ଅଷ୍ଟ୍ରେଲିଆର ଉତ୍ତର ଭିକ୍ଟୋରିଆନ୍‌ ସହର ମିଲ୍ଡୁରାରେ ଗତବର୍ଷ ଆକାଶର ରଙ୍ଗ ଦେଖୁଦେଖୁ ବଦଳିଯାଇଥିଲା। ନୀଳ ଓ ଧଳା ରଙ୍ଗରୁ ହୋଇଯାଇଥିଲା ଗୋଲାପୀ। ଆକାଶର ଏହି ରଙ୍ଗ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଲୋକଙ୍କୁ ଲାଗିଥିଲା ଏହା ବୋଧେହୁଏ ଏଲିୟନ୍‌ଙ୍କ ଆକ୍ରମଣ। ଏହାକୁ କିଛି ଲୋକ ସାଇନ୍ସ ଫିକ୍ସନ୍‌ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *

Back to top button