ଏନ୍‌କାଉଣ୍ଟର୍‌ : ପ୍ରତିବାଦସ୍ଥଳରୁ ପରିବାରବର୍ଗଙ୍କୁ ଉଠାଇ ନେଲା ପୋଲିସ

ଶ୍ରୀନଗର : ହାଇଦରପୁରା ଏନ୍‌କାଉଣ୍ଟର୍‌ରେ ନିହତ ଦୁଇଜଣ ସାଧାରଣ ନାଗରିକଙ୍କ ପରିବାର ଲୋକଙ୍କୁ ପ୍ରତିବାଦସ୍ଥଳ ପ୍ରେସ୍‌ ଏକ୍ଲାଭ୍‌’ରୁ ଆଜି ପୋଲିସ ଉଠାଇ ନେଇଛି।

ଖବର ଅନୁଯାୟୀ ମୃତବ୍ୟକ୍ତିଙ୍କ ପ୍ରତି ନ୍ୟାୟ ଓ ଶବ ପାଇବା ଦାବିରେ ଆଜି ଅଲ୍‌ତଫ୍ ଭଟ ଏବଂ ମୁଦାସିର୍‌ଗୁଲ୍‌ ‘ସିଭିଲ୍‌ ସୋସାଇଟି ସଦସ୍ୟ’ମାନଙ୍କ ସହ ପ୍ରତିବାଦ ଚଳାଇଥିଲେ। ପୋଲିସ
ଅଟକ ରଖିଥିବା ସମସ୍ତ ପ୍ରତିବାଦକାରୀଙ୍କୁ ଘରକୁ ଫେରିଯିବାକୁ ଅନୁମତି ଦେଇଛି। ଜମ୍ମୁ ଓ କଶ୍ମୀରରେ ତାପମାତ୍ରା ଶୂନ୍ୟ ଡିଗ୍ରି ତଳକୁ ଖସିଯାଇଥିବାରୁ ପ୍ରତିବାଦକାରୀମାନଙ୍କ ସୁରକ୍ଷା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍ଦୁଲ୍ଲା କହିଛନ୍ତି ଅବିଚାର କରାଯାଇଥିବା ପରିବାର ଏଭଳି ଭଦ୍ର ଆଚରଣ କରିବା ମୁଁ କ୍ଵଚିତ୍ ଦେଖିଛି। ତାଙ୍କର ଦାବି ଯୁକ୍ତିସଙ୍ଗତ ଓ ସେମାନଙ୍କର ଆଚରଣ ମଧ୍ୟ ମର୍ଯ୍ୟାଦାପୂର୍ଣ୍ଣ। କିନ୍ତୁ ରାତି ଅଧରେ ତାଙ୍କୁ ପୋଲିସ ଉଠାଇ ନେବା ଭଳି ପରିଣତି ବିଷୟରେ ସମସ୍ତେ ବିଚାର କରିବା ଉଚିତ। ଜମ୍ମୁ ଓ କଶ୍ମୀର ପ୍ରଶାସନ ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ଅନୁମତି ନ ଦେବା ବଡ଼ କ୍ଷୋଭର ବିଷୟ।

Leave a Reply

Your email address will not be published. Required fields are marked *

Back to top button