କେଉଁ ସ୍ଥାନରେ ଦେଖିବାକୁ ମିଳିବ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ : ଆସନ୍ତା ୨୦ ତାରିଖରେ ପଡିବ ଚଳିତ ବର୍ଷ ପ୍ରଥମ ସୂର୍ଯ୍ୟପରାଗ। ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ ସକାଳ ୭.୫ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଦେଖାଯିବ। ରହିଛି। ସୂର୍ଯ୍ୟପରାଗର ଅବଧି ରହିବ ୫ ଘଣ୍ଟା ୨୪ ମିନିଟ ରହିଛି। ହେଲେ ଏହାର ସୂତକ କାଳ ଭାରତରେ ମାନ୍ୟ ହେବ ନାହିଁ। ସୂର୍ଯ୍ୟ ମେଷ ରାଶିରେ ରହିଲେ ସୂର୍ଯ୍ୟପରାଗ ଆରମ୍ଭ ହେବ ବୋଲି କୁହାଯାଇଛି।

ଏପ୍ରିଲ ୨୦ରେ ପଡ଼ୁଥିବା ସୂର୍ଯ୍ୟପରାଗକୁ ହାଇବ୍ରିଡ ସୂର୍ଯ୍ୟପରାଗ ବୋଲି କୁହାଯାଉଛି। କାରଣ ଏହା ତିନି ପ୍ରକାରରେ ଦେଖାଯିବ। ଆଂଶିକ, ପୂର୍ଣ୍ଣ ଓ କୁଣ୍ଡଳାକାର। ୨୦୧୩ ନଭେମ୍ବର ୩ ତାରିଖରେ ହାଇବ୍ରିଡ ସୂର୍ଯ୍ୟୋପରାଗ ହୋଇଥିଲା। ୨୦୨୩ ପରେ ପୁଣି ଏହା ୨୦୩୧ ନଭେମ୍ବର ୧୪ରେ ହେବ ବୋଲି କୁହାଯାଉଛି।

ଏହି ସୂର୍ଯ୍ୟପରାଗକୁ ଦକ୍ଷିଣ ପ୍ରଶାନ୍ତ ମହାସାଗର ଦେଶ ଅର୍ଥାତ ଚୀନ, ଆମେରିକା, ମାଇକ୍ରୋନେସିଆ, ମାଲେସିଆ, ଫିଜି, ଜାପାନ, ସମୋଆ, ସୋଲୋମନ, ବରୁନି, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଭିଏତନାମା, ତାଇବା‌ନ, ପାପୁଆ ନ୍ୟୁ ଗିନି, ଇଣ୍ଡୋନେସିଆ, ଫିଲିପାଇନ୍ସ, ଦିକ୍ଷିଣ ହିନ୍ଦ ମହାସାଗର ଅଞ୍ଚଳର ବାସିନ୍ଦା ଦେଖିବାକୁ ପାଇବେ। କିନ୍ତୁ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button