ହତ୍ୟାକାଣ୍ଡ ମାମଲାରେ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡ
ପୁରୀ : ୨୦୦୬ ମସିହାରେ ପୁରୀ ଚୁଡଙ୍ଗ ସାହୀ ମାତାଗୋସେଇଁ ଲେନ୍ ରୂପକ ଦାସ ହତ୍ୟାକାଣ୍ଡ ମାମଲାର ଚୂଡାନ୍ତ ରାୟ ୧୫ବର୍ଷ ପରେ ପ୍ରକାଶ ପାଇଛି। ଫାଷ୍ଟ ସେସନସ ଜଜଙ୍କ କୋର୍ଟ ହତ୍ୟାକାରୀ ଦୁଇ ଭାଇ ସଂଜୟ ସାହୁ ଓ ରଞ୍ଜୟ ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଖବର ଅନୁଯାୟୀ ୨୦୦୮ରେ ରଞ୍ଜୟ ସାହୁକୁ ଆଜୀବନ ଦଣ୍ଡାଦେଶ ମିଳିଥିବା ବେଳେ ୨୦୧୪ରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ସଂଜୟ ସାହୁକୁ ଆଜି ଦଣ୍ଡାଦେଶ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨୦୦୬ ଡିସେମ୍ବର ୧୮ରେ ରୂପକ ଦାସକୁ ଘରୁ ଡାକି ନେଇ ହତ୍ୟା କରାଯାଇଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତ ରଞ୍ଜୟ ସାହୁକୁ ଗିରଫ କରାଯାଇଥିବା ବେଳେ ସଂଜୟ ସାହୁ ଫେରାର ହୋଇଯାଇଥିଲା। ୨୦୧୪ ରେ ସଂଜୟ ସାହୁକୁ ଟାଉନଥାନା ପୋଲିସ ଗିରଫ କରିଥିଲା।



























