କାକଟପୁର : ବନ୍ୟାଞ୍ଚଳରେ ମିଳିନି ରିଲିଫ

କାକଟପୁର : ଲଘୁଚାପଜନିତ ଲଗାଣ ବର୍ଷାରେ କାକଟପୁର ପରିସ୍ଥିତି ବେହାଲ। ଶତାଧିକ ଗ୍ରାମ ପାଞ୍ଚଦିନ ହେଲା ପାଣି ଘେରରେ ରହିଛି। ଏଭଳି ସମୟରେ ସରକାରୀ କଳ କିମ୍ବା ସରକାରୀ ଦଳର କୋଣସି ନେତାଙ୍କ ଦେଖାନାହିଁ। ରିଲିଫ କମିସନଙ୍କ ଘୋଷଣା କରିଥିଲେ ମଧ୍ୟ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରିଲିଫ ମଳିନଥିବା ସାଧାରଣ ଲୋକ ଅଭିଯୋଗ କରିଥିବା କହିଛି ବିଜେପି ଟିମ୍। kakatapura : banyanchalare milini rilipha

ବିଜେପି ନେତା ତଥା ନିମାପଡାର ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ମଗଂଳା ସାମନ୍ତରାୟ ଓ ସଞ୍ଜୟ ଜେନା ପ୍ରମୁଖ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କାକଟପୁର ଓ ଅସ୍ତରଙ୍ଗ ବ୍ଲକର ବିଭିନ୍ନ ଜଳବନ୍ଦୀ ଗ୍ରାମ ବୁଲି ଜନସାଧାରଣଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଥିଲେ। କିନ୍ତୁ ପାଣିଘେରରେ ଲୋକେ ୫ ଦିନ ରହିଥିଲେ ମଧ୍ୟ ରିଲିଫ ସାମଗ୍ରୀ ଦିଆଯାଇନଥିବାରୁ ବିଜେପି ନେତାମାନେ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ରିଲିଫ ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button