ମୁଁ କୌଣସି ଦଳରେ ନାହିଁ : ତଥାଗତ

ଭୁବନେଶ୍ଵର : ବିଜୁ ଜନତା ନୂଆ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ। ଗଣମାଧ୍ୟମକୁ କହିଛନ୍ତି ମୁଁ କୌଣସି ଦଳରେ ନାହିଁ। ଆପଣଙ୍କ ଦଳରେ ଅଛି। ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ କୁହାଯାଉଛି ତଥାଗତ ବୋଧହୁଏ ୨୦୨୪ରେ ପ୍ରାର୍ଥୀ ହେବେ।

ଖବର ଅନୁଯାୟୀ ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ତଥାଗତ ଶତପଥୀଙ୍କୁ ବିଜେଡିର କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା। ସାଧାରଣରେ ଚର୍ଚ୍ଚା ହେଉଥିଲା ସେ ବିଜେଡି ସହିତ ସମ୍ପର୍କ ଛିନ୍ନ କରିଦେଇଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ ଆଜି ତାଙ୍କୁ ଦଳର ନୂଆ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା। ସେଠାରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ନାନା ପ୍ରଶ୍ନ ପଚାରିଥିଲେ। ସେ କହିଥିଲେ ସଭାପତିଙ୍କ ନିମନ୍ତ୍ରଣକୁ ରକ୍ଷା କରି ଆସିଛି। ମୁଁ ନିର୍ଦ୍ଦଳୀୟ। ନିର୍ବାଚନ ରାଜନୀତିରେ ପୁନଃ ପ୍ରବେଶ କରିବା ପାଇଁ ମୁଁ ଅମଙ୍ଗ। ସେଥିପାଇଁ ବହୁତ ଖସିରେ ରହିଛି। ଏହି ଅବସରରେ ବିଲ୍‌ଡିଂଟି ବହୁତ ସୁନ୍ଦର ହୋଇଥିବା କହିଥିଲେ।

ଏହାବ୍ୟତୀତ ତଥାଗତ କହିଥିଲେ ଯେଉଁମାନଙ୍କୁ ଖୋଜା ପଡେ ସେମାନେ ଭାରି ଖୁସି ହୁଅନ୍ତି। ସେମାନେ ଡାକିଲେ ମୁଁ ଆସିଲି। ତେଣୁ ମୁଁ ବହୁତ ଖୁସି। ମୁଁ କୌଣସି ନିର୍ବାଚନୀ ରାଜନୀତିରେ ଯିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *

Back to top button