ବିଶ୍ୱକପ-୨୦୨୩ ଫାଇନାଲ : ଭାରତର ପ୍ରଥମ ବ୍ୟାଟିଂ

ଅହମ୍ମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଛି ବିଶ୍ୱକପର ଫାଇନାଲ ମ୍ୟାଚ୍‌। ଆଜି ଅଷ୍ଟ୍ରେଲିଆ ଟସ୍‌ ଜିତିଥିଲେ ହେଁ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ପକ୍ଷରୁ ଓପେନିଙ୍ଗ୍‌ ଯୋଡ଼ିଭାବେ ରୋହିତ ଶର୍ମା ଓ ଶୁବମନ ଗିଲ୍‌ ଖେଳିବାକୁ ଆସିଥିଲେ ହେଁ ଦଳର ୩୦ ରନରେ ଶୁବମନ ଗିଲ୍‌ ଆଉଟ ହୋଇଛନ୍ତି। ୨୦୦୩ରେ ଭାରତ ଓ ଅଷ୍ଟ୍ରେଲିଆ ଶେଷଥର ପାଇଁ ବିଶ୍ୱକପ ଫାଇନାଲ ଖେଳିଥିଲେ।

ଚଳିତ ବିଶ୍ୱକପରେ ଭାରତ ୧୦ ମ୍ୟାଚ୍‌ ଜିତି ଅପରାଜେୟ ରହିଛି। ଆଜି ୨ ସ୍ପିନର- କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଏବଂ ୩ ଦ୍ରୁତ ବୋଲର ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମିଙ୍କ ସହ ପଡ଼ିଆକୁ ଓହ୍ଲାଇଛି ଭାରତ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ୍‌ ହାରିଥିଲା। କିନ୍ତୁ ଏହାପରେ ଦଳ କ୍ରମାଗତ ୮ଟି ମ୍ୟାଚରେ ଜିତି ଫାଇନାଲ ଖେଳୁଛି। ଦଳରେ କୌଣସି କାରର ପରିବର୍ତ୍ତନ ହୋଇନାହିଁ।

ଭାରତୀୟ ଟିମରେ ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟ କିପର୍), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ ରହିଛନ୍ତି।

ସେହିପରି ଅଷ୍ଟ୍ରେଲିଆ ଟିମରେ ଟ୍ରାଭିସ ହେଡ୍‌, ଡାଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ, ମାର୍ନସ ଲାବୁଶେନ, ଗ୍ଲେନ ମ୍ୟାକ୍ସୱେଲ, ଜୋଶ ଇଙ୍ଗଲିସ, ମିଚେଲ ଷ୍ଟାର୍କ, ପାନ କମିନ୍ସ, ଆଡାମ ଜାମ୍ପା ଓ ଜୋଶ ହେଜେଲଉଡ୍‌ ଖେଳୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button