ବିଜେପିରେ ମିଶିଲେ କଂଗ୍ରେସ ନେତା ଓ କର୍ମୀ

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ମୁଖପାତ୍ର ତଥା ଓବିସି ସେଲ୍ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ବେହୁରା ଓ ଶତାଧିକ ସମର୍ଥକ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ମନୋଜ କୁମାର ପତି ଓ କେନ୍ଦ୍ରାପଡା ପାଟକୁରାର ବିଶିଷ୍ଟ ସମାଜସେବୀ ଶ୍ରୀମତୀ ମନୀଷା ପଣ୍ଡା ଓ ତାଙ୍କ ସମର୍ଥକ ବିଜେପିରେ ମିଶିଛନ୍ତି।

ଖବର ଅନୁଯାୟୀ ଶନିବାର ଏହି ମିଶ୍ରଣପର୍ବ ଅବସରରେ ଦଳର ରାଜ୍ୟ ସଭାପତି ମନ ମନମୋହନ ସାମଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ବିଜେପି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି। ଆଗାମୀ ଦିନରେ ଓଡ଼ିଶାରେ ଏହା ନିଶ୍ଚିତ ପ୍ରତିଫଳିତ ହେବ। ରାଜ୍ୟରେ ଅନ୍ୟ ଦଳମାନଙ୍କ ଅପେକ୍ଷା ଭାରତୀୟ ଜନତା ପାର୍ଟି ହିଁ ହେବ ଓଡ଼ିଶାରେ ଏକମାତ୍ର ବିକଳ୍ପ। ଏହାଛଡା ଶ୍ରୀ ସାମଲ ଆଜି ଦଳରେ ଯୋଗଦେଇଥିବା ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା, କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ଓ ସଞ୍ଜୟ ରଥ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button