ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ କଲା ପ୍ରେମିକ

କୋରାପୁଟ : ପ୍ରେମିକାର ଅଜ୍ଞାତରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋବାଇଲ୍‌ରେ ସୁଟିଂ କରି ପ୍ରେମିକ ଭାଇରାଲ୍‌ କରିଦେଲା। କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି।

ଖବର ଅନୁଯାୟୀ କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟ ଯୁବତୀ ଆନ୍ଧ୍ରପ୍ରଦେଶର କାକିନାଡ଼ା ଚିଙ୍ଗୁଡ଼ି କମ୍ପାନୀରେ କାମ କରିବାକୁ ଯାଇଥିଲେ। ସେଠାରେ ଜୁନେସ୍‌ ଖସଲା ନାମକ ଯୁବକଙ୍କ ସହିତ ତାଙ୍କର ବନ୍ଧୁତା ସୃଷ୍ଟି ହୋଇଥିଲା। ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ଏହାର ସୁଯୋଗ ନେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା ଜୁନେସ। ଆଉ କୌଶଳରେ ଯୁବତୀଙ୍କ ମୋବାଇଲ୍‌ରେ ଜୁନେସ୍‌ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରିଥିଲେ। ଏହା ଜାଣିବାରୁ ଯୁବତୀ ମୋବାଇଲ ମାଗିଥିଲେ। ମାତ୍ର ଜୁନେସ୍‌ ତାଙ୍କୁ ମୋବାଇଲ ନଦେଇ ପଳାଇ ଆସିଥିଲା।

ପରବର୍ତ୍ତୀ ସମୟରେ ଜୁନେସ ଭିଡିଓ ଦେଖାଇ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲା। ଏଥିରେ ଯୁବତୀ ରାଜି ନହେବାରୁ ଜୁନେସ ସୁଟିଂ କରିଥିବା ଭିଡ଼ିଓକୁ ଭାଇରାଲ କରି ଦେଇଥିଲା। ଏବେ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଘୂରି ବୁଲିଛି। ୧୫ ଦିନ ତଳେ ଏନେଇ ପରିବାର ଲୋକେ ପଟାଙ୍ଗି ଥାନାରେ ଅଭିଯୋଗ କରିଥିଲେ ହେଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ପୀଡିତା ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button