ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍‌ ଅଭିଯୋଗରେ ଡାକ୍ତର ଗିରଫ

ଗାଜିଆବାଦ : ଦିଲ୍ଲୀ ଏମ୍‌ସର ଜଣେ ରେସିଡେନ୍‌ସ୍‌ ଡାକ୍ତର ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍‌ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ଖବର ଅନୁଯାୟୀ ଅଭିଯୁକ୍ତ ଡାକ୍ତର ଓ ପୀଡ଼ିତାଙ୍କ ପରିବାର ଉଭୟଙ୍କ ବିବାହ ପାଇଁ ମାର୍ଚ୍ଚ ମାସରେ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ଏପ୍ରିଲ୍‌ ୨ ତାରିଖରେ ନିର୍ବନ୍ଧ କରାଯିବା ସହିତ ଝିଅଘର ଯୌତୁକ ବାବଦକୁ ୫ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ବିବାହ ପୂର୍ବରୁ ସ୍କର୍ପିଓ ଗାଡ଼ି ପାଇଁ ଆଉ ୨୫ ଲକ୍ଷ ଟଙ୍କା ଦେବାକୁ ଡାକ୍ତରଙ୍କ ପରିବାର ଦାବି କରିଥିଲେ। ଜୁନ୍‌ ମାସରେ ପିଏଚ୍‌ଡି ପେପର୍‌ ଲେଖିବାକୁ ଅଛି ଦର୍ଶାଇ ଡିସେମ୍ବର ପୂର୍ବରୁ ବାହା ହେବେନାହିଁ ବୋଲି ଡାକ୍ତର କହିବାରୁ ବିବାହ ସ୍ଥଗିତ ରଖାଯାଇଥିଲା।

ଏବେ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି ହରିୟାଣାର ମହେନ୍ଦ୍ରଗଡ଼ ନିବାସୀ ଉକ୍ତ ଡାକ୍ତର ତାଙ୍କ ସହିତ ଯୌନସମ୍ପର୍କ ରଖିବାରୁ ସେ ଅନ୍ତଃସତ୍ତ୍ଵା ହୋଇଥିଲେ। ହେଲେ କୌଶଳକ୍ରମେ ତାଙ୍କୁ ସେ ଗର୍ଭପାତ ବଟିକା ଖୁଆଇ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button