ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନର ୱାଗନ୍

କେସିଙ୍ଗା : ଆଲୁମିନିୟମ ବୋଝେଇ ମାଲବାହୀ ଟ୍ରେନର ୱାଗନ୍ ମଝିରୁ ଛିଡ଼ି ଅଲଗା ହୋଇଗଲା। କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ରକ୍ଷା ମିଳିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଏହି ଘଟଣା ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ମାଲବାହୀ ଟ୍ରେନଟି ଦାମନଯୋଡ଼ିରୁ ଆଲୁମିନିୟମ୍ ବୋଝେଇ କରି ଅନୁଗୁଳ ଅଭିମୁଖେ ଯାଉଥିଲା। କେସିଙ୍ଗା ଷ୍ଟେସନରେ କିଛି ସମୟ ଅଟକିବା ପରେ ପୁଣି ଟ୍ରେନ୍‌ ଛାଡ଼ିବା ସମୟରେ ମଝିରୁ ୱାଗନ ଅଲଗା ହୋଇଯାଇଥିଲା। ହେଲେ ଚାଳକ ଟ୍ରେନ୍‌ଟିକୁ ସେଠାରେ ଅଟକାଇ ଦେଇଥିବାରୁ କୌଣସି ଅଘଟଣ ଘଟିନାହିଁ।

Leave a Reply

Your email address will not be published. Required fields are marked *

Back to top button