ଜମି ବିବାଦ ସଂଘର୍ଷରେ ଦୁଇ ପରିବାରର ୬ ମୃତ

ଦେଓରିଆ : ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାରେ ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ କେତେଜଣ ଆହତ ହୋଇଛନ୍ତି।

ଖବର ଅନୁଯାୟୀ ଦେଓରିଆ ଜିଲ୍ଲାର ରୁଦ୍ରପୁର ଥାନା ଅନ୍ତର୍ଗତ ଫତେପୁର ଗ୍ରାମରେ ସଂଘର୍ଷ ଘଟିଛି। କେତୋଟି ଗାଡ଼ି ପୋଡି ଦିଆଯାଇଛି। ଜମିବାଡି ବିବାଦ ଦୀର୍ଘଦିନର। ଏହାର ସମାଧାନ ଲାଗି ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟ ୫୦ ବର୍ଷିୟ ପ୍ରେମ ଯାଦବ ଆଜି ସକାଳେ ଦୁବେଙ୍କ ଘରକୁ ଯାଇଥିଲେ। ହେଲେ ସତ୍ୟପ୍ରକାଶ ଦୂବେ ଓ ପରିବାର ଲୋକେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ। ଏହି ଖବର ଗାଁରେ ପ୍ରସାରିତ ହେବା ପରେ ପ୍ରେମ ଯାଦବଙ୍କ ସମର୍ଥକମାନେ ଦୁବେଙ୍କ ଘର ଉପରେ ଆକ୍ରମଣ କରି ତାଙ୍କ ପରିବାର ୫ଜଣ ସଦସ୍ୟଙ୍କୁ ହତ୍ୟା କରିଛନ୍ତି। ଏ ମଧ୍ୟରେ ୫୪ ବର୍ଷିୟ ଦୁବେଙ୍କ ସହିତ ୫୨ ବର୍ଷୀୟ ସ୍ତ୍ରୀ କିରଣ, ୧୮ ବର୍ଷୀୟ ଝିଅ ସାଲୋନି, ୧୦ ବର୍ଷୀୟ ଝିଅ ନନ୍ଦିନୀ ଓ ୧୫ ବର୍ଷିୟ ପୁଅ ଗାନ୍ଧୀ ରହିଛନ୍ତି। ଅନ୍‌ମୋଲ୍‌ ନାମକ ଦୁବେଙ୍କର ଆଉ ଜଣେ ପୁଅ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button