ୱିଙ୍କ୍ ଗର୍ଲ ପ୍ରିୟା ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ

ନୂଆଦିଲ୍ଲୀ : ମାଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଗତ କିଛିଦିନ ମଧ୍ୟରେ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ କେବେଳ ଲକ୍ଷ ଲକ୍ଷ ଲାଇକ୍ ଆସିଛି ତାହା ନୁହେଁ ପ୍ରଶଂସକମାନେ ପ୍ରଶଂସାସୂଚକ କମେଣ୍ଟ ଦେଇଛନ୍ତି।

ଖବର ହେଲା ୨୦୧୧ ମସିହାରେ ପ୍ରିୟା ପ୍ରକାଶ ଭାରିଅର୍ ‘ଚେକ୍’ ଚଳଚ୍ଚିତ୍ର ସହିତ ତେଲୁଗୁ ସିନେମା ଜଗତରେ ଡେବ୍ୟୁ କରିଥିଲେ। ଆଗକୁ ସେ ବିଷ୍ଣୁପ୍ରିୟା, ଶ୍ରୀଦେବୀ ବଙ୍ଗଳା ଓ ୟାରିୟା-୨ରେ ନଜର ଆସିବେ। ପ୍ରିୟା ପ୍ରକାଶ ୧୯୯୯ ମସିହା ଅକ୍ଟୋବର ୨୮ରେ କେରଳର ତ୍ରିସୁରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ଓରୁ ଅଦର ଲଭ୍’। ପ୍ରିୟା ପ୍ରକାଶଙ୍କ ବ୍ୟତୀତ ‘ୟାରିୟା-୨’ରେ ୟଶ ଗୁପ୍ତା, ପର୍ଲ ଭି ପୁରୀ ଓ ଦିବ୍ୟା ଖୋସଲା କୁମାର ମଧ୍ୟ ନଜର ଆସିବେ।

Leave a Reply

Your email address will not be published. Required fields are marked *

Back to top button