ଆମେରିକାଠାରୁ ଘାତକ ଷ୍ଟ୍ରାଇକର୍ କିଣିବ ଭାରତ

ୱାଶିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଦୁଇଦେଶ ମଧ୍ୟରେ ଘନିଷ୍ଠତା ବୃଦ୍ଧି କରିଛି। ଏହା ଉପରେ ସାରା ବିଶ୍ୱର ନଜର ରହିଥିବା ବେଳେ ଆମେରିକା ଭାରତକୁ ଆଠ ଚକିଆ ଯୁଦ୍ଧ ଯାନ ଷ୍ଟ୍ରାଇକର ଓ ଏମ୍ ୭୭୭ ତୋପ ଦେବାକୁ ପ୍ରସ୍ତାବ ଦେଇଛି। ଏ ଦୁଇଟିର ବିକ୍ରି ସଂପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ବାଇଡେନ୍ ପ୍ରଶାସନର ସର୍ତ୍ତ ଉପରେ ନିର୍ଭର କରୁଛି।

ଖବର ଅନୁଯାୟୀ ଆଫଗାନିସ୍ତାନରେ ତାଲିବାନର ମୁକାବିଲା ପାଇଁ ଷ୍ଟ୍ରାଇକରଙ୍କୁ ନିୟୋଜିତ କରାଯାଇଥିଲା ଏବେ ବାଇଡେନ ଏହି ଯୁଦ୍ଧଯାନକୁ ୟୁକ୍ରେନ ପଠାଇବାକୁ ଯୋଜନା କରୁଛି। ଭାରତର ଉତ୍ତର ସୀମାରେ ଅସ୍ତ୍ରଶସ୍ତ୍ରର ମୁକାବିଲା ପାଇଁ ଆମେରିକା ହେୱିତଜର ଗନରେ ଲାଗୁଥିବା ଦୂରଗାମୀ ଗାଇଡେଡ୍ ଗୋଳା ପ୍ରଦାନ କରିବାକୁ ମଧ୍ୟ ଆମେରିକା ପ୍ରସ୍ତାବ ଦେଇଛି। ଗାଇଡେଡ ଗୋଳାଗୁଡ଼ିକ ସଠିକ୍ ସ୍ଥାନରେ ମାଡ଼ କରିଥାଏ। ଭାରତରେ ପୂର୍ବରୁ ୧୪୫ଟି ଏମ୍ ୭୭୭ଟି ହେୱିତଜର ଥିବାବେଳେ ସେଥିରୁ ୧୨୦ଟି ଭାରତରେ ନିର୍ମାଣ କରାଯାଇଛି। ସେହିପରି ମୋଦୀଙ୍କ ଗସ୍ତକାଳରେ ପ୍ରିଡେଟର ଡ୍ରୋନ ବିକ୍ରି ପାଇଁ ମଧ୍ୟ ଚୁକ୍ତି ହୋଇପାରେ। ଏହି ଚୁକ୍ତିକୁ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମତି ଦେଇସାରିଛି।

Leave a Reply

Your email address will not be published. Required fields are marked *

Back to top button