ରାସ୍ତାରେ ବଉଳା କୁମ୍ଭୀର

ପଟ୍ଟାମୁଣ୍ଡାଇ : ରାଜନଗର ବ୍ଲକ ଖଣ୍ଡମାରା ପେଣ୍ଠ ମୁଖ୍ୟରାସ୍ତାରେ ଗତକାଲି ରାତିରେ ପ୍ରାୟ ୪ ଫୁଟ ଲମ୍ବର ବଉଳା କୁମ୍ଭୀର ଦେଖିବାକୁ ମିଳିଛି। ପିଲାମାନେ ଦେଖି ଚିତ୍କାର କରିବାରୁ କୁମ୍ଭୀରଟି ନିକଟସ୍ଥ କେନାଲକୁ ପଳାଇଥିଲା। ରାଜନଗର ଫରେଷ୍ଟର କହିଛନ୍ତି ଚାଷ ଜମିକୁ ସଂଯୋଗ କରୁଥିବା କଲଭର୍ଟ ଦେଇ କୁମ୍ଭୀର ପଶିଆସିଛି।

ଖବର ଅନୁଯାୟୀ ଭିତର କନିକା ନ୍ୟାସନାଲ ପାର୍କ ଆଖପାଖ ଅଞ୍ଚଳରେ ଗତ କିଛିଦିନ ହେବ କୁମ୍ଭୀରଙ୍କ ପାର୍ଦୁଭାବ ବଢ଼ିବାରେ ଲାଗିଛି। ଦୁଇମାସ ଭିତରେ କୁମ୍ଭୀର ୪ ଜଣଙ୍କୁ ମାରି ସାରିଲାଣି। ବନ ବିଭାଗର ସୂଚନା ଭିତରକନିକାରେ ଏବେ ୧୭୯୩ଟି କୁମ୍ଭୀର ଅଛନ୍ତି। କିନ୍ତୁ ସେମାନେ ନଦୀ ଓ ନାଳରେ ପଶି ମଣିଷଙ୍କ ଜୀବନ ନେଉଥିବା ବେଳେ ବନ ବିଭାଗ କିଛି ଆଖି ଦୃଶିଆ ପଦକ୍ଷେପ ନେଉନାହିଁ। କେବେଳ ଲୋକଙ୍କୁ ସଚେତନ କରି ନିଜ ଦାୟିତ୍ୱ ତୁଲାଉଛି।

Leave a Reply

Your email address will not be published. Required fields are marked *

Back to top button