ଶ୍ରୀମନ୍ଦିରରେ ଠେଲାପେଲା : ୩୦ରୁ ଅଧିକ ଆହତ

ପୁରୀ : ମଙ୍ଗଳାଳତୀ ସମୟରେ ଶ୍ରୀମନ୍ଦିରରେ ଠେଲାପେଲା ଯୋଗୁ ହବିଷ୍ୟାଳୀଙ୍କ ସମେତ ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ କେତେଜଣ ଶ୍ରଦ୍ଧାଳୁ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ଶୁକ୍ରବାର ଶ୍ରୀମନ୍ଦିରରେ ଭକ୍ତଙ୍କର ପ୍ରବଳ ଭିଡ ହୋଇଥିଲା। ସକାଳୁ ଦ୍ୱାରା ଫିଟା ଯିବାପରେ ଭକ୍ତ ଓ ହବିଷ୍ୟାଳୀଙ୍କୁ ମଙ୍ଗଳଆଳତି ଦର୍ଶନ କରିବାକୁ ଛଡ଼ା ଯାଇଥିଲା। ହେଲେ ସାତ ପାହାଚରେ ନିକଟରେ ଠେଲାପେଲା ହୋଇଥିଲା। ଫଳରେ ହବିଷ୍ୟାଳୀଙ୍କ ସମେତ ୩୦ରୁ ଅଧିକ ଆହତ ହୋଇଥିଲେ। ଗହଳି ନିୟନ୍ତ୍ରଣ କରିବାରେ ପୋଲିସ ଓ ଜେଟିପିମାନେ ବିଫଳ ହୋଇଥିଲେ। ଆହତଙ୍କ ମଧ୍ୟରେ କାହାର ହାତରେ ଓ ଆଉ କାହା ଗୋଡ଼ରେ ଆଘାତ ଲାଗିଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା। ଭିଡ଼ରେ ଅଣ ନିଶ୍ୱାସୀ ହୋଇଥିବା ଭକ୍ତଙ୍କୁ ଉଦ୍ଧାର କରାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ଦର୍ଶନ ବ୍ୟବସ୍ଥାର ତ୍ରୁଟି ଯୋଗୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *

Back to top button