ବିଜେପର ନିର୍ଦ୍ଦେଶ ଥିଲେ ସିବିଆଇ ମୋତେ ଗିରଫ କରିବ

ଚେନ୍ନାଇ : ଦିଲ୍ଲୀ ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ସିବିଆଇ ଜେରା ଆଜି କରିବ। ଏଥିପାଇଁ ଶୁକ୍ରବାର ତାଙ୍କୁ ନୋଟିସ ଦିଆଯାଇଛି। କିନ୍ତୁ ସିବିଆଇ ଅଫିସ ଯିବା ପୂର୍ବରୁ କେଜ୍ରିୱାଲ୍‌ କହିଛନ୍ତି ବିଜେପି ନିର୍ଦ୍ଦେଶ ଦେଇଥିଲେ ସିବିଆଇ ମୋତେ ଗିରଫ କରିବ।

ଗଣମାଧ୍ୟମ ସମ୍ମୁଖରେ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌। ସେ କହିଛନ୍ତି ଯଦି ବିଜେପି ନିର୍ଦ୍ଦେଶ ଦେଇଥିବ ତେବେ ସିବିଆଇ ମତେ ଗିରଫ କରିବ। ଏ ଲୋକମାନେ ଯେକୌଣସି ବ୍ୟକ୍ତିଙ୍କୁ ଜେଲ୍‌ରେ ପୂରାଇ ପାରନ୍ତି। ନିରୀହ ଲୋକମାନଙ୍କ କଥା ସେମାନେ ବିଚାର କରନ୍ତି ନାହିଁ।

ଶୁକ୍ରବାର କେଜ୍ରିୱାଲ୍‌ କହିଥିଲେ ମଦ ନୀତି ଦୁର୍ନୀତି ହୋଇ ନାହିଁ। ହେଲେ ବିଜେପି ଖୁବ୍‌ ଆତ୍ମଗର୍ବୀ ହୋଇଯାଇଛି। ସେମାନେ କାହାରି କଥା ଶୁଣୁନାହାନ୍ତି। ଯାହାକୁ ନାହିଁ ତାହାକୁ ଧମକ ଦେଉଛନ୍ତି। ସୋମନେ ବିଚାରପତି, ଗଣମାଧ୍ୟମ ଓ ଶିଳ୍ପପତିମାନଙ୍କୁ ମଧ୍ୟ ଧମକ ଦେଉଛନ୍ତି। କେଜ୍ରିୱାଲ୍‌କୁ ଜେଲ୍‌ ପଠାଇ ଦେଲେ ଦେଶର ସମସ୍ୟା କ’ଣ ସମାଧାନ ହୋଇଯିବ କି ବୋଲି ପ୍ରଶ୍ନ ପଚାରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button