ବୁଧଙ୍କ ବକ୍ର ଚଳନ ଏହି ରାଶି ପାଇଁ ସମସ୍ୟା ବଢାଇବ

ଆଜିଠାରୁ ବୁଧ ତୁଳା ରାଶିରେ ବକ୍ରି ଚଳନ କରିବେ। ଅକ୍ଟୋବର ଦୁଇ ତାରିଖରେ ତୁଳା ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରି ଅକ୍ଟୋବର ୧୮ ପର୍ଯ୍ୟନ୍ତ ରହିବେ। ବୁଧଙ୍କ ବକ୍ରି ଚଳନ ମିଥୁନ ଓ କନ୍ୟା ସମେତ ଅନେକ ରାଶିର ବ୍ୟକ୍ତିଙ୍କୁ ଲାଭ ପ୍ରଦାନ କରିବ। କିନ୍ତୁ ଏହି ସମୟରେ ଆଉ କିଛି ରାଶିର ବ୍ୟକ୍ତିଙ୍କୁ ସାବଧାନ ରହିବାକୁ ପଡିବ। ଆସନ୍ତୁ ଜାଣିବା ସେହି ରାଶିଗୁଡିକ ସମ୍ପର୍କରେ ….।

କର୍କଟ – ବୁଧ କର୍କଟ ରାଶିର ଚତୁର୍ଥ ସ୍ଥାନରେ ଚଳନ କରିବେ। ତେଣୁ ବାହ୍ୟ ଜିନିଷ ଏହି ରାଶିର ବ୍ୟକ୍ତିଙ୍କୁ ବିଚଳିତ କରିପାରେ। ଏପରିକି କର୍ମକ୍ଷେତ୍ରରେ ବିବାଦ ପରିସ୍ଥିତି ସୃଷ୍ଟି ହୋଇପାରେ।

ବିଛା – ବୁଧ ବିଛା ରାଶିର ଦ୍ୱାଦଶ ଘରେ ଚଳନ କରିବେ। ଏହି ସ୍ଥାନ ଲାଭ ଓ କ୍ଷତିକୁ ଦର୍ଶାଉଥିବାରୁ ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ସାବଧାନ ରହିବା ଆବଶ୍ୟକ। ସେଥିପାଇଁ ନିବେଶରୁ ଦୂରେଇ ରହିବା ଉଚିତ। ନଚେତ୍ ଧନ ହାନୀ ହୋଇପାରେ।

ମୀନ – ମୀନ ରାଶିର ଅଷ୍ଟମ ଘରେ ବୁଧ ଚଳନ କରୁଛନ୍ତି। ଏହି ସ୍ଥାନ ଲାଭ, କ୍ଷତି ଓ ମୃତ୍ୟୁର ଅଟେ। ତେଣୁ ସାଙ୍ଗମାନଙ୍କ ସହିତ ରହସ୍ୟ ବାଣ୍ଟିବା ଠାରୁ ଦୂରେଇ ରହିବା ସହିତ ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସମଗ୍ର ପରିବାରର ପରିବେଶ ଚିନ୍ତିତ ଓ ଦାମ୍ପତ୍ୟ ଜୀବନରେ ଉତ୍ଥାନ-ପତନ ହୋଇପାରେ।

Leave a Reply

Your email address will not be published. Required fields are marked *

Back to top button