ଗୌରାଙ୍ଗ ଚରଣ ସାହୁ ଓ ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ହେଲେ ଓପିଏସସି ସଦସ୍ୟ

ଭୁବନେଶ୍ଵର : ରାଜ୍ୟ ସରକାର ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ଚିଫ୍ ଇଞ୍ଜିନିୟର (ବିଲଡିଂ) ଗୌରାଙ୍ଗ ଚରଣ ସାହୁ ଓ ଓଡ଼ିଶା ବେସିକ୍ ସାଇନ୍ସ କଲେଜ (ଓୟୁଏଟି)ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ରଙ୍କୁ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ଅବସ୍ଥାପିତ କରିଛନ୍ତି।

ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏହି ଦୁଇ ଅଧିକାରୀ ନୂଆ ଦାୟିତ୍ୱ ଗ୍ରହଣ କରିବାର ୬ବର୍ଷ ପର୍ଯ୍ୟନ୍ତ କିମ୍ବା ୬୨ବର୍ଷ ବୟସ ପର୍ଯ୍ୟନ୍ତ ଉକ୍ତ ପଦବୀରେ କାର୍ଯ୍ୟ କରିପାରିବେ। ଏବେ ଓପିଏସସି ଅଧ୍ୟକ୍ଷଙ୍କୁ ମିଶାଇ ସଦସ୍ୟ ସଂଖ୍ୟା ମୋଟ ୬ରେ ପହଂଚିଛି।

Leave a Reply

Your email address will not be published. Required fields are marked *

Back to top button