ଭାରତ ସୀମାରେ ପଶିଲା ପାକ୍ ବିମାନ

ନୂଆଦିଲ୍ଲୀ : ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନ ପଞ୍ଜାବ ସୀମାରେ ପ୍ରବେଶକରି ପ୍ରାୟ ୧୦ ମିନିଟ୍‌ ଭାରତ ଆକାଶରେ ଉଡିଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବାରୁ ଭାରତୀୟ ସୁରକ୍ଷା ବାହିନୀକୁ ସତର୍କ କରାଯାଇଥିଲା। ହେଲେ ପଞ୍ଜାବ ଆକାଶରେ ୧୨୦ କିଲୋମିଟର ଉଡ଼ିବା ପରେ ବିମାନଟି ପାକିସ୍ତାନକୁ ଫେରି ଯାଇଛି।

ପାକିସ୍ତାନର ସରକାରୀ ବିମାନ କମ୍ପାନୀ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ମଇ ୪ ତାରିଖ ରାତି ୮ଟା ସମୟରେ ପ୍ରବଳ ବର୍ଷା ଯୋଗୁ ମସ୍କାଟରୁ ଆସୁଥିବା ପିକେ-୨୪୮ ବିମାନ ଲାହୋର ବିମାନବନ୍ଦରରେ ଅବତରଣ କରିପାରିନଥିଲା। ଫଳରେ ରାତି ୮ଟା ୧୧ମିନିଟ୍‌ରେ ବିମାନଟି ପଞ୍ଜାବର ବଧାନା ପୋଲିସ ଷ୍ଟେସନ ନିକଟରେ ପ୍ରବେଶ କରିଥିଲା। ଅବତରଣ ସମୟରେ ବିମାନର ବେଗ ଘଣ୍ଟା ପ୍ରତି ୨୯୨ କିଲୋମିଟର ଓ ୧୩,୫୦୦ ଫୁଟ ଉଚ୍ଚରେ ଉଡୁଥିଲା। ଭାରତ ଆକାଶରେ ପ୍ରବେଶ କରି ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଉଡ଼ିଥିବା ପାକ୍ ବିମାନ କମ୍ପାନୀ ସ୍ଵୀକାର କରିଛି।

Leave a Reply

Your email address will not be published. Required fields are marked *

Back to top button