କଇଁଛ ଧରିବାକୁ ଯାଇ ବାପ, ପୁଅ ଓ ଜ୍ୱାଇଁଙ୍କ ଜୀବନ ଗଲା

ବିନିକା : ଶ୍ୱାସରୁଦ୍ଧ ହୋଇ ବାପ, ପୁଅ ଓ ଜ୍ୱାଇଁଙ୍କ ମୃତ୍ୟୁ। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। କଇଁଛ ଧରିବା ପାଇଁ କୂଅ ଭିତରେ ପଶିଥିବା ବେଳେ ଆଜି ଏହି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅଞ୍ଚଳରେ ଘଟିଛି।

ଖବର ଅନୁଯାୟୀ ମଙ୍ଗଳବାର ରାମପୁର ଥାନା କୁହିବାହାଲ ଗାଁର ସାଧୁ କାଲସେ, ପୁଅ ଆଲୋକ, ଜ୍ୱାଇଁ ସୁଲେଇ ଗାଁର ନବୀନ ମୋଟାରୀ ଓ ଅନ୍ୟ ଜଣେ ଆନନ୍ଦପୁର ଗ୍ରାମକୁ କଇଁଛ ଧରିବାକୁ ଯାଇଥିଲେ। ପ୍ରଥମେ ସାଧୁ ପରିତ୍ୟକ୍ତ କୂଅ ଭିତରକୁ ଯାଇଥିଲେ। କିନ୍ତୁ ବାହାରକୁ ଆସିପାରିନଥିଲେ। ତାଙ୍କୁ ଡାକିଲେ ଉତ୍ତର ନମିଳିବାରୁ ପୁଅ ଆଲୋକ କୂଅ ଭିତରକୁ ଯାଇଥିଲେ। ସେ ଫେରିବାରୁ ଜ୍ୱାଇଁ ନବୀନ ଓ ଅନ୍ୟ ଜଣେ କୂଅ ଭିତରେ ପଶି ଥିଲେ। ସେମାନଙ୍କର ମଧ୍ୟ ସମାନ ଅବସ୍ଥା ହୋଇଥିଲା। ଖବର ପାଇ ରାମପୁର ଥାନା ପୋଲିସ ଓ ବିନିକା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରୁ ସାଧୁ, ଆଲୋକ ଓ ନବୀନଙ୍କ ମୃତଦେହ ଉଦ୍ଧାର କରିବା ସହିତ ଗୁରୁତର ଅବସ୍ଥାରେ ଅନ୍ୟ ଜଣକୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି।

Leave a Reply

Your email address will not be published. Required fields are marked *

Back to top button