କଳାହାଣ୍ଡି ବିଶ୍ୱବିଦ୍ୟାଳୟ ମା’ ମାଣିକେଶ୍ୱରୀ ନାଁରେ ନାମିତ ହେଲା

ଭବାନୀପାଟଣା : କଳାହାଣ୍ଡି ବିଶ୍ୱବିଦ୍ୟାଳୟ ନାଁ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନାମରେ ନାମିତ ହେଲା। କଳାହାଣ୍ଡି ପ୍ରତିଷ୍ଠା ଦିବସରେ କଳାହାଣ୍ଡି ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉପହାର ଦେଇଛନ୍ତି।
ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦ୍ଘାଟନ କରିଛନ୍ତି। ୪୮୧ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଭବାନିପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ କଳାହାଣ୍ଡିର ମହାନ ସ୍ୱାଧିନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ନାଁରେ ନାମିତ କରାଯାଇଛି। ୨ ଦଶନ୍ଦି ଧରି ଜିଲ୍ଲାରେ ମେଡିକାଲ କଲେଜ୍ ନେଇ ହେଉଥିବା ଦାବି ପୂରଣ ହୋଇଛି। ଏଥିସହ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିକାଶ ପଥରେ ଆଗେଇ ନେବାକୁ ଅନେକ ପ୍ରକଳ୍ପ ଭେଟି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହିତ ପାଠପଢା ଓ ସୁବିଧା ସୁଯୋଗ ନେଇ ପଚାରି ବୁଝିଥିଲେ।