ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଆଜି ଜଣେ ଆଇପିଏସ ଅଧିକାରୀ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନିକଟରୁ ଜବତ ସୁଇସାଇଡ ନୋଟରେ ମୃତ୍ୟୁ ପାଇଁ ସେ ନିଜେ ଦାୟୀ ବୋଲି ଉଲ୍ଲେଖ କରିଛନ୍ତି।

ଖବର ଅନୁଯାୟୀ ମଙ୍ଗଳବାର ଗୋମତି ନଗରସ୍ଥିତ ନିଜ ଘରେ ପୂର୍ବତନ ପୋଲିସ ଅଧିକାରୀ ଦିନେଶ ବର୍ମା ନିଜକୁ ଗୁଳିମାରି ମାରି ଆତ୍ମହତ୍ୟା କରିଛନ୍ତି। ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସ୍ଥାନୀୟ ଲୋକେ କହିଛନ୍ତି ଦିନେଶ ବର୍ମାଙ୍କ ଘରୁ ଗୁଳିଫୁଟିବାର ଶୁବ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ପରିବାରଲୋକ ତାଙ୍କ ରୁମକୁ ଯାଇ ଦେଖିଲେ ଦିନେଶ ରକ୍ତାକ୍ତ ଅବସ୍ଥାରେ ପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button