‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ ଗୃହର ବିବରଣୀରୁ ବାଦ୍

ଭୁବନେଶ୍ଵର : ବିଧାନସଭା ଗୃହର ବିବରଣୀରୁ ମେଣ୍ଟାଲ ଡିଜଅର୍ଡର ଶବ୍ଦକୁ ବାଦ୍ ଦିଆଯିବ। ଶନିବାର ବାଚସ୍ପତି ପ୍ରମିଳା ମଲ୍ଲିକ ଏହି ଘୋଷଣା କରିଛନ୍ତି।

ଖବର ଅନୁଯାୟୀ ନୟାଗଡ ବିଧାୟକ ଅରୁଣ ସାହୁ ଗତ ୨୮ ତାରିଖରେ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରି ବିଧାନସଭାରେ ଏହି ଶବ୍ଦ ବ୍ୟବହାର କରିଥିଲେ। ଏହି ଶବ୍ଦକୁ ଗୃହର ବିବରଣୀରୁ ବାଦ୍ ଦିଆଯିବ ବୋଲି ବାଚସ୍ପତି ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏହି ନିଷ୍ପତ୍ତି ପାଇଁ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଉ କହିଛନ୍ତି ଏହା ଯଥେଷ୍ଟ ନୁହେଁ। ନୟାଗଡ ବିଧାୟକ ଏଥିପାଇଁ କ୍ଷମା ମାଗିବା ଦରକାର। ଦୁଇ ବିଧାୟକ (ମୋହନ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗ)ଙ୍କ ଉପରୁ ନିଲମ୍ବନ ଉଠାଇବାକୁ ମଧ୍ୟ ସେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button