ତିବ୍ବତରେ ଚୀନ ମୁତୟନ କରୁଛି କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ : ଭାରତର ସୀମାବର୍ତ୍ତୀ ରାଜ୍ୟଗୁଡ଼ିକୁ ଦଖଲ କରିବାକୁ ଚୀନ୍ ସକ୍ରିୟ ହୋଇଛି। ଅଳ୍ପଦିନ ତଳେ ଚୀନ୍ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା। ଏବେ ଅରୁଣାଚଳ ପ୍ରଦେଶ ସମ୍ମୁଖ ଏୟାରବେସଗୁଡ଼ିକୁ ସୁଦୃଢ଼ କରିବା ପାଇଁ କାମ କରୁଛି।

ଖବର ଅନୁଯାୟୀ ଭାରତକୁ ଲାଗିଥିବା ତିବ୍ଦତରେ ନିଜର ବାୟୁଶକ୍ତି ବୃଦ୍ଧି କରିବାକୁ ଚୀନ ଆରମ୍ଭ କରିଛି। ଅରୁଣାଚଳକୁ ଲାଗିଥିବା ସୀମାରେ ନିର୍ମିତ ରନୱେର ଦୈର୍ଘ୍ୟ ବୃଦ୍ଧି କରିବା ସହିତ ସିଲିଗୁଡି କରିଡର ନିକଟରେ ମୁତୟନ କରିଛି କ୍ଷେପଣାସ୍ତ୍ର। ଭାରତ-ଚୀନ-ଭୁଟାନ ତ୍ରିଛକିରେ ଥିବା ଡୋକଲାମ ନିକଟରେ କ୍ଷେପଣାସ୍ତ୍ର ଲଞ୍ଚପ୍ୟାଡ୍ ନିର୍ମାଣ କରୁଛି। ସେଠାରେ ସଜ୍ଜିତ କରୁଛି କ୍ଷେପଣାସ୍ତ୍ର। ସୀମା ନିକଟରେ ଚୀନର କ୍ଷେପଣାସ୍ତ୍ର ମୁତୟନ ଭାରତ ପାଇଁ ଚିନ୍ତାର କାରଣ ହୋଇଛି ।

Leave a Reply

Your email address will not be published. Required fields are marked *

Back to top button