ଭୂବନେଶ୍ୱରରେ ଜିଲ୍ଲା କଂଗ୍ରେସର ବସ୍ତିବିକାଶ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ “ଘରେ ଘରେ କଂଗ୍ରେସ ଘରେ ଘରେ ହାତ” କାର୍ଯ୍ୟକ୍ରମ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ବ୍ଲକ ଠୁ ଆରମ୍ଭ କରି ପ୍ରତ୍ୟେକ ଗାଁରେ ଜାରି ରହିଛି। ଏହି ଅବସରରେ ଭୁବନେଶ୍ୱରରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଜରିଆରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ “ବସ୍ତି ବିକାଶ ଅଭିଯାନ”ର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରଦେଶ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଶୁଭାରମ୍ଭ କରିଥିବାବେଳେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ରଶ୍ମି ମହାପାତ୍ରଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ଚମ୍ପତି, ପୂର୍ଣ୍ଣ ସାହୁ, ରୀନା ସାହୁ, ଜୟଶ୍ରୀ ପାତ୍ର, ପୁଷ୍ପିତା ଦାସ, ନାରାୟଣ ଜେନା, କ୍ଷିରୋଧ ବେହେରା, ସଂକୁନା କଅଁର ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ, ଶୁଭେଚ୍ଛୁ, ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ସମିତିର ସଭ୍ୟାମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button