ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଓ ସହକାରୀ ଯନ୍ତ୍ରୀ

ନୂଆପଡ଼ା/କଟକ : ଖରିଆର ଏନଏସିର କନିଷ୍ଠ ଯନ୍ତ୍ରୀ ଦେବ ଚନ୍ଦନ ରାଉତ ଓ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ ଆଜି ଭିଜିଲାନ୍ସ ଜାଲରେ ଫସିଛନ୍ତି।

ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଘର ତିଆରି ପରେ ସମାପ୍ତି ପ୍ରମାଣପତ୍ର ଦାଖଲ କରିବା ଓ ହିତାଧିକାରୀଙ୍କୁ ଚୂଡ଼ାନ୍ତ ବିଲ୍ ରିଲିଜ୍ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଶ୍ରୀ ରାଉତଙ୍କ ଠାରୁ ୧୦ ହଜାର ଟଙ୍କା ଜବତ କରାଯାଇଛି। ଏହା ପରେ ନୂଆପଡ଼ା ଜିଲ୍ଲାରେ ଶ୍ରୀ ରାଉତଙ୍କର ଅନ୍ୟ ଦୁଇଟି ସ୍ଥାନରେ ଏକକାଳୀନ ଚଢଉ ହୋଇଇବା ଜଣାପଡିଛି।

ସେହିପରି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଭୁବନେଶ୍ୱରର ସୌଭାଗ୍ୟ ନଗରରେ ତାଙ୍କର ଦୁଇ ମହଲା କୋଠା ଏବଂ କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନ ଗୁଡ଼ିକରେ ୭ଟି ପ୍ଲଟ୍ ଠାବ କରାଯାଇଛି।

କେବଳ ସେତିକି ନୁହେଁ ସହକାରୀ ଯନ୍ତ୍ରୀ ଶ୍ରୀ ଭୂୟାଁ ତାଙ୍କର ଜଣେ ପୁଅ ଓ ଜଣେ ଝିଅଙ୍କୁ ଯଥାକ୍ରମେ ଇଞ୍ଚିନିୟରିଂ ଓ ଡାକ୍ତରୀ ପଢ଼ାଇବା ପାଇଁ ପାଖାପାଖି ୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବ୍ୟାଙ୍କରେ ସେ ୧୨ ଲକ୍ଷ ୬୨ ହଜାର ଟଙ୍କା ରଖିଥିବା ବେଳେ କ୍ରିପ୍ଟୋ କରେନ୍ସିରେ ୧ ଲକ୍ଷ ୨୩ ହଜାର ଟଙ୍କା ନିବେଶ କରିଛନ୍ତି। ସେହିପରି ଚଢ଼ାଉ ବେଳେ ତାଙ୍କ ଘରୁ ୩୮ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଠାବ କରାଯାଇଛି। ତାଙ୍କର ଗୋଟିଏ ୪ ଚକିଆ ଗାଡ଼ି (ଡଷ୍ଟର) ଓ ୩ଟି ଦୁଇ ଚକିଆ ଗାଡ଼ି ରହିଛି। ଏସବୁର ମୂଲ୍ୟ ୧୩ ଲକ୍ଷ ୪୦ ହଜାର ଟଙ୍କା। ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଛି।

Leave a Reply

Your email address will not be published. Required fields are marked *

Back to top button