ଭିଜିଲାନ୍ସ ଜାଲରେ ୨ କନିଷ୍ଠ ଯନ୍ତ୍ରୀ ଓ ଖଲାସି

ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡିଲେ ଦୁଇ କନିଷ୍ଠ ଯନ୍ତ୍ରୀ ଓ ଖଲାସି। ଏ ତିନିଜଣଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ପାଢୀ ଓ ଧୀରେନ୍ଦ୍ର ପଣ୍ଡା ଓ ଖଲାସି ଅଜୟ କୁମାର ପାତ୍ର ଭିଜିଲାନ୍ସ ଜାଲରେ ଫସିଛନ୍ତି। କୁକୁଡାଖଣ୍ଡି ବଡ ବନ୍ଧ କାର୍ଯ୍ୟର ଚୁକ୍ତିନାମା ପତ୍ର ପ୍ରଦାନ କରିବା ପାଇଁ ଏମାନେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କା ସହ ଧରାପଡ଼ିଛନ୍ତି। ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତିନିଜଣଙ୍କୁ ଗିରଫ କରି ବିଭାଗୀୟ କାର୍ଯ୍ୟାଳୟରେ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *

Back to top button