ମୋଦୀ ବିରୋଧୀ ମନ୍ତବ୍ୟ : କେଜ୍ରିଓ୍ଵାଲ ଓ ପ୍ରିୟଙ୍କାଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ପାଇଁ ନିର୍ବାଚନ କମିସନ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।

ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସୋସିଆଲ ମିଡିଆରେ
ଅପମାନଜନକ ପୋଷ୍ଟ ସେୟାର କରିଥିବା ଅଭିଯୋଗ ହୋଇଥିଲା। ସେଥିପାଇଁ ଆମ୍‌ ଆଦମୀ ପାର୍ଟିକୁ ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଆପ୍‌ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗୁରୁବାର ସୁଦ୍ଧା ସୋସିଆଲ ମିଡିଆ ପୋଷ୍ଟରେ ଦିଆଯାଇଥିବା ବୟାନର ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି।

ସେହିପରି ମଧ୍ୟପ୍ରଦେଶର ଏକ ନିର୍ବାଚନୀ ରାଲିରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମିଥ୍ୟା ଓ ଅସତ୍ୟ ବୟାନ ଦେଇଥିବା ବିଜେପି ଅଭିଯୋଗ କରିଥିଲା। ତେଣୁ ସତ୍ୟାସତ୍ୟ ଅନୁସନ୍ଧାନ ନକରି ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିସନ ତାଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଗୁରୁବାର ରାତି ୮ଟା ସୁଦ୍ଧା ବୟାନ ସ୍ପଷ୍ଟ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଏକ୍ସରେ ଆପ୍‌ ସେୟାର କରିଥିବା ଦୁଇଟି ପୋଷ୍ଟରେ ବିଜେପିର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାନହାନିମୂଳକ ଓ ଅପମାନଜନକ ଢଙ୍ଗରେ ଚିତ୍ରିତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button