ବିଜେଡି ନେତା ପ୍ରଣୟ ସାହୁଙ୍କ ନାଁରେ ମାମଲା

ବରଗଡ଼ : ଗାଇସିଲଟ ଥାନା ଏଏସଆଇ ପ୍ରମୋଦ ପାତ୍ରଙ୍କ ଏତଲା ଭିତ୍ତିରେ ବିଜେଡି ନେତା ପ୍ରଣୟ ସାହୁଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ମହିଳା ପୋଲିସ ସମେତ ଏଏସଆଇଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏହି ମାମଲା ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ସେପ୍ଟମ୍ବର ୧୬ ତାରିଖରେ ଥାନା ଭିତରେ ଧମକାଇବା ନେଇ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ପ୍ରଣୟ ସାହୁ ୨୦୧୮ରେ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ-ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନରେ ସେ ତୃତୀୟ ସ୍ଥାନରେ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟୀ ହୋଇଥିଲେ। ପ୍ରଣୟଙ୍କୁ ମାତ୍ର ୧୦,୨୭୪ ଖଣ୍ଡ ଭୋଟ୍ ମିଳିଥିଲା। କିନ୍ତୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଥିଲେ ଦ୍ଵିତୀୟ ସ୍ଥାନରେ। ୨୦୧୯ରେ ପ୍ରଣୟ ସାହୁ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button