ନବଦାସ ହତ୍ୟାକାଣ୍ଡ : ଚାର୍ଜସିଟକୁ ନେଇ ଉଠିଲା ପ୍ରଶ୍ନ, ଘେରିଲେ ବିରୋଧୀ

ଭୁବନେଶ୍ଵର : ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିସାରିଛି। କିନ୍ତୁ ଏହାକୁ ନେଇ ଉଠିଛି ପ୍ରଶ୍ନ। ବିରୋଧୀଦଳର କହିଛି ଏହା ଯୋଜନାବଦ୍ଧ ହତ୍ୟା। ନବଦାସଙ୍କ ପତ୍ନୀ କହିଛନ୍ତି ମୋ ସ୍ୱାମୀଙ୍କୁ ପ୍ରି-ପ୍ଲାନ ମର୍ଡର କରାଯାଇଛି। ଆଗରୁ ସେ ମୋତେ କହିଥିଲେ ତାଙ୍କର ବହୁତ ଶତ୍ରୁ ଅଛନ୍ତି।

ସେହିପରି ନବଦାସଙ୍କ ପୁଅ କହିଛନ୍ତି ଜାନୁଆରୀ ୨୯ ତାରିଖରେ ମୁଁ ସମ୍ବଲପୁରରେ ଥିଲି। ଦିନ ୧୨ଟା ୨୧ରେ ବାପାଙ୍କ ସହ କଥା ହୋଇଥିଲି। ତାର ଠିକ୍ ପାଂଚ ମିନିଟ୍ ପରେ ମୋର କଜିନ୍ ଫୋନ କରି କହିଲେ ବ୍ରଜରାଜନଗରରେ ବାପାଙ୍କୁ କିଏ ଗୁଳି କରି ଦେଇଛି। ତା’ପରେ ଝାରସୁଗୁଡା ଓ ସେଠାରୁ ଭୁବନେଶ୍ୱର ଗଲୁ। ସେଠାରେ ବାପାଙ୍କର ଦେହାନ୍ତ ହୋଇଗଲା। ମୋ ବାପାଙ୍କୁ ପ୍ରି-ପ୍ଲାନ ମର୍ଡର କରଯାଇଛି। କାରଣ ବ୍ରଜରାଜନଗରରେ ବାପାଙ୍କର ବିରୋଧୀ ଥିଲେ।

ଏହାଛଡା ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ନବ ଦାସଙ୍କ ହତ୍ୟା କାଣ୍ଡ ଏକ ପ୍ରି-ପ୍ଲାନ ମର୍ଡର ଓ ପ୍ରି-ପ୍ଲାନ ଚାର୍ଜସିଟ୍। ନବ ଦାସଙ୍କ ସ୍ତ୍ରୀ ଓ ପୁଅ ଯାହା କହିଛନ୍ତି ପୂର୍ବରୁ ସେମାନେ ସେହି କଥା କହି ଆସୁଛନ୍ତି। କ୍ରାଇମବ୍ରାଂଚ ଷଡଯନ୍ତ୍ର ଦିଗକୁ ଯାଇନାହିଁ। ତେଣୁ ପୋଲିସ ପ୍ରଶାସନ ଉପରୁ ଲୋକଙ୍କ ବିଶ୍ୱାସ ତୁଟିଯିବ। ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ତାରା ବାହିନୀପତି ଚାର୍ଜସିଟକୁ ସମାଲୋଚନା କରିଛନ୍ତି।

ବିରୋଧୀଙ୍କ ଅଭିଯୋଗକୁ ବିଜେଡି ବିଧାୟକ ପର୍ଶୁରାମ ଧଡା ଖଣ୍ଡନ କରିଥିବା ବେଳେ କ୍ରାଇମବ୍ରାଂଚ ଚାର୍ଜସିଟରେ ଗୋପାଳ ଲଣ୍ଡା ହେବା ସମ୍ପର୍କରେ ଉଲେଖ ହୋଇଥିବା ତଥ୍ୟକୁ ଭାଇ ସତ୍ୟନାରାୟଣ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ତାଙ୍କର ମାନସିକ ପୂରଣ ହେବା ପରେ ମନ୍ଦିରକୁ ଯାଇ ମୁଣ୍ଡନ ହୋଇଥିଲେ। ସାଂଗରେ ଭାଇ ଗୋପାଳ ଲଣ୍ଡା ହୋଇଥିଲେ। ଏଥିରେ ନବ ଦାସଙ୍କ ହତ୍ୟାର କୌଣସି ଲିଙ୍କ ନାହିଁ।

Leave a Reply

Your email address will not be published. Required fields are marked *

Back to top button