ଭୁବନେଶ୍ଵରରେ ପ୍ରତିଷ୍ଠା ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର ବା ଫାୟାର ଷ୍ଟେସନ୍ ପ୍ରତିଷ୍ଠା ହେବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି।

ଭୁବନେଶ୍ଵରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନେଇଛନ୍ତି। ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ରାଜଧାନୀ ବାସିନ୍ଦାଙ୍କ ଧନଜୀବନକୁ ସୁରକ୍ଷା ଯୋଗାଇ ଦିଆଯାଇପାରିବ। ଏହି ୩ଟି ଅଗ୍ନିଶମ ସେବା କେନ୍ଦ୍ର ତମାଣ୍ଡୋ, ମଞ୍ଚେଶ୍ଵର ଓ ପାହାଳରେ ପ୍ରତିଷ୍ଠା କରାଯିବ। ଏଥିପାଇଁ ୪୫ଟି ପଦବୀ ଅନୁମୋଦନ କରାଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ୧୫ ଜଣ ଲେଖାଏଁ କର୍ମଚାରୀ ରହିବେ। ଏ ମଧ୍ୟରେ ରହିବେ ଜଣେ ଷ୍ଟେସନ ଅଫିସର, ଦୁଇଜଣ ଲିଡିଂ ଫାୟାରମ୍ୟାନ, ଜଣେ ଡ୍ରାଇଭର-ହାବିଲଦାର, ଜଣେ ଫାୟାରମ୍ୟାନ ଡ୍ରାଇଭର ଓ ୧୦ ଜଣ ଫାୟାରମ୍ୟାନ।

Leave a Reply

Your email address will not be published. Required fields are marked *

Back to top button