ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା

ପ୍ରାୟଗରାଜ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଗୋଟିଏ ପରିବାରର ୪ ଜଣଙ୍କୁ ବୀଭତ୍ସ ହତ୍ୟା। ହତ୍ୟାକରିବା ପୂର୍ବରୁ ୧୬ ବର୍ଷୀୟା ଝିଅକୁ ଗଣଦୁଷ୍କର୍ମ କରାଯାଇଛି। ପଡ଼ୋଶୀ ଉଚ୍ଚ ଜାତିର ଲୋକମାନେ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ମୃତକଙ୍କ ପରିବାରର ଜଣେ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ପରେ ପୁଲିସ ହତ୍ୟା ଓ ଗଣଦୁଷ୍କର୍ମ ଭଳି ଦଫା ଲଗାଇ ଏଫଆଇଆର ରୁଜୁ କରିଛି। ଏଫଆଇଆର୍‌ରେ ୧୧ ଜଣଙ୍କ ନାଁ ବି ରହିଛି। ପ୍ରାୟଗରାଜ ପୁଲିସ୍‌ ମୁଖ୍ୟ ଘଟଣାରେ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ଦେଇଛନ୍ତି। ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଜି ମୃତକଙ୍କ ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଖବର ଅନୁଯାୟୀ ଗୁରୁବାର ସକାଳୁ ଜଣେ ୫୦ ବର୍ଷୀୟ ବ୍ୟକ୍ତି, ତାଙ୍କ ୪୫ ବର୍ଷୀୟ ପତ୍ନୀ, ୧୬ ବର୍ଷୀୟ ଝିଅ ଓ ୧୦ ବର୍ଷର ପୁଅଙ୍କର ମୃତଦେହ ଗୋଟିଏ ଘରୁ ପୋଲିସ ଜବତ କରିଥିଲା। ସେମାନଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ସମସ୍ତଙ୍କ ଶରୀରରେ ରହିଛି ଗଭୀର କ୍ଷତି ଚିହ୍ନ। ଘରର ଅଗଣାରେ ୩ ଜଣଙ୍କ ମୃତଦେହ ପଡ଼ିଥିବା ବେଳେ ଗୋଟିଏ ରୁମ ଭିତରୁ ୧୬ ବର୍ଷୀୟ ଝିଅର ଶବକୁ ଜବତ କରାଯାଇଛି। ଝିଅଟିକୁ ସେଠାରେ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା କୁହାଯାଉଛି।

ସମ୍ପର୍କୀୟଙ୍କ ଅଭିଯୋଗ ୨୦୧୯ରୁ ରହୁଥିବା ଉଚ୍ଚ ଜାତିର ଲୋକଙ୍କ ସହ ମୃତ ପରିବାର ବର୍ଗଙ୍କ ଜମି ବିବାଦ ଚାଲିଥିଲା। ୨୦୨୧ ସେପ୍ଟେମ୍ବରରେ ଉଚ୍ଚ ଜାତିର ଲୋକମାନେ ସେମାନଙ୍କୁ ପ୍ରବଳ ମାଡ଼ ମାରିଥିଲେ। ପରିବାର ଲୋକେ ଏନେଇ ଅଭିଯୋଗ କରିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରବର୍ତ୍ତେ ଦୁଇ ପକ୍ଷଙ୍କୁ ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେଇଥିଲା। ହତ୍ୟାର ଶିକାର ହୋଇଥିବା ଲୋକଙ୍କ ଘରକୁ ସବୁବେଳେ ସୁଶୀଲ କୁମାର ନାମକ ଜଣେ କନଷ୍ଟେବଲ ଆସୁଥିଲେ ଓ ଆପୋଷ ବୁଝାମଣା ପାଇଁ ଚାପ ପକାଉଥିଲେ। ସ୍ଥାନୀୟ ଇନସପ୍ଟେକ୍ଟର ମଧ୍ୟ ପୀଡ଼ିତଙ୍କ ପରିବାର ବର୍ଗଙ୍କୁ ବୁଝାମଣା କରିବାକୁ ପରାମର୍ଶ ଦେଇଥିଲେ।

ପ୍ରାୟଗରାଜ ପୋଲିସ ମୁଖ୍ୟ ସର୍ବଶ୍ରେଷ୍ଠ ତ୍ରିପାଠୀ କହିଛନ୍ତି ଯାହା ଜଣାପଡ଼ୁଛି ସମସ୍ତଙ୍କ ମୁଣ୍ଡକୁ କୁରାଢ଼ୀରେ ଆକ୍ରମଣ କରାଯାଇଛି। ଶରୀରରେ ଏକାଧିକ କ୍ଷତଚିହ୍ନ ରହିଛି। ଜମି ବିବାଦକୁ ନେଇ ପରିବାର ଲୋକ ୨୦୧୯ ଓ ୨୦୨୧ରେ କିଛି ଲୋକଙ୍କ ବିରୋଧରେ ଏଫଆଇଆର କରିଥିଲେ। ଆମେ ଏବେ ଘଟଣାର ସବୁ ଦିଗକୁ ତଦନ୍ତ କରୁଛୁ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *

Back to top button