ଆଜିଠାରୁ ୩ ଦିନ କାଳିଆ ଦର୍ଶନ ବନ୍ଦ

ପୁରୀ : ଗଣେଶ ପୂଜା ଥିବାରୁ ଆଜି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖାଯାଇଥିବା ମନ୍ଦିର ପ୍ରଶାସନ ସୂଚନା ଦେଇଛି। ସେହିପରି ପୂର୍ବ ଏସ୍ଓପି ଅନୁସାରେ ଶନି ଓ ରବିବାର ଶ୍ରୀମନ୍ଦିରରେ ଦର୍ଶନ ସୁଯୋଗ ମିଳିବନି। ତେଣୁ ଆଜିଠାରୁ ଲଗାତର ତିନିଦିନ ଶ୍ରୀଜୀଉଙ୍କ ବନ୍ଦ ରହିବ।

ସୋମବାରଠାରୁ ଭକ୍ତମାନେ ପରିବର୍ତ୍ତିତ ଅର୍ଥାତ ନୂଆ ଏସ୍ଓପି ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ କରିବେ। କେବଳ ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ବାକି ୬ ଦିନ ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହାଛଡା ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କଟକଣା ହଟାଇ ଦିଆଯାଇଥିବାରୁ ସୋମବାରଠାରୁ ଭକ୍ତମାନେ ମହାପ୍ରଭୁଙ୍କ ପାଇଁ ଫୁଲ, ଦୀପ, ଧୂପ ନେଇ ଶ୍ରୀମନ୍ଦିରକୁ ଯାଇପାରିବା ସହିତ ଆନନ୍ଦବଜାରରେ ବସି ମହାପ୍ରସାଦ ସେବନ କରିପାରିବେ।

Leave a Reply

Your email address will not be published.

Back to top button