ଆଇପିଏଲ୍ ବେଟିଂ, ୨ ଗିରଫ

ଦେବଗଡ଼ : ଜାଡାଗୋଳା ଗ୍ରାମରେ ଆଇପିଏଲ୍ ବେଟିଂ ଚାଲିଥିବା ବେଳେ ଦେବଗଡ଼ ଥାନା ପୋଲିସ ଚଢ଼ଉ କରି ୨ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।
ଗଣାମାଧ୍ୟକୁ ସୂଚନା ଦେଇ ଦେବଗଡ଼ ଏସ୍ପି ରାଜକିଶୋର ପାଇକରାୟ କହିଛନ୍ତି ଦେବଗଡ ଥାନା ଅନ୍ତର୍ଗତ ଜାଡାଗୋଳା ଗ୍ରାମରେ ଆଇପିଏଲ ବେଟିଂ ଚାଲିଥିବା ସୂଚନା ପାଇ ସ୍ପେସାଲ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ମଙ୍ଗଳବାର ଅତର୍କିତ ଚଢ଼ଉ କରାଯାଇଥିଲା। ଏହି ସମୟରେ ଉକ୍ତ ଗ୍ରାମର ବାପୁନ ବେହେରା ଓ ଲିପୁନ ବେହେରା ନାମକ ଦୁଇ ଭାଇଙ୍କୁ ପୋଲିସ କାବୁ କରିବା ସହ ସେମାନଙ୍କ ନିକଟରୁ ନଗଦ ୯ଲକ୍ଷରୁ ଅଧିକ ଟଙ୍କା ସହ ମୋବାଇଲ ଫୋନ, ଲାପଟପ ଓ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଏବଂ ଏଟିଏମ୍ କାର୍ଡ ଜବତ କରାଯାଇଥିଲା। ତଦନ୍ତରୁ ଜଣାପଡିଛି ବେଟିଂରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି। ବୁଧବାର ଗିରଫ ଦୁଇଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।