ବନ୍ଦ ଘରୁ ମିଳିଲା ମା’ ଓ ଦୁଇ ପିଲାଙ୍କ ମୃତଦେହ

ସମ୍ବଲପୁର : ଧନୁପାଲି ସୁନାପାଲି ଅଞ୍ଚଳର ଏକ ବନ୍ଦ ଘରୁ ମା’ ଓ ଦୁଇ ପିଲା (ପୁଅ-ଝିଅ)ଙ୍କ ମୃତଦେହ ମିଳିଛି। ସେମାନଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର କାରଣ ଜନପଡିନି। ପୋଲିସ ମୃତ ଦେହ ଜବତ କରିଛି।

ଖବର ଅନୁଯାୟୀ ମା’ ସହିତ ପୁଅ ୮ ବର୍ଷ ଓ ୬ ବର୍ଷର ଝିଅ ରହୁଥିବା ଘରଟି ୪ ଦିନ ହେଲା ବନ୍ଦ ଥିଲା। ଘରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ତାଲା ଖୋଲାଯିବାରୁ ଚାଦରରେ ଢଙ୍କା ହୋଇ ମାଆ ଓ ଦୁଇ ପିଲାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତ ମହିଳାଙ୍କ ନାଁ ସାଜିୟା ପରବିନ୍।

ଲୋକଙ୍କ କହିଛନ୍ତି ଦୁଇବର୍ଷ ତଳେ ସାଜିୟାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। କିଛିଦିନ ହେଲା ଜଣେ ଯୁବକଙ୍କର ସହ ତାଙ୍କର ସଂପର୍କ ଗଢ଼ି ଉଠିଥିଲା। ସଂପୃକ୍ତ ଯୁବକ ଜଣକ ତାଙ୍କ ଘରକୁ ନିୟମିତ ଯାଆସ କରୁଥିଲେ। ୪ ଦିନ ହେଲା ତାଙ୍କର କୌଣସି ପତ୍ତା ନଥିବା ସେମାନେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button