ତାମିଲନାଡୁ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଜାମିନ ମିଳିଲାନି

ନୂଆଦିଲ୍ଲୀ : ମନି ଲଣ୍ଡ୍ରିଙ୍ଗ ମାମଲାରେ ଗିରଫ ହୋଇଥିବା ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଚିକିତ୍ସା ଆଧାରରେ ହୋଇଥିବା ଆବେଦନରେ ସୁପ୍ରିମକୋର୍ଟ କହିଛନ୍ତି ଆମେ ଅନୁଭବ କରୁଛୁ ଆପଣଙ୍କର ଅସୁସ୍ଥତା ସେତେ ଗମ୍ଭୀର ନୁହେଁ। ନିୟମିତ ଜାମିନ ପାଇଁ ନିମ୍ନ ଅଦାଲତରେ ଏକ ପିଟିସନ ଦାଖଲ କରାଯାଉ।

ଖବର ଅନୁଯାୟୀ ସୁପ୍ରିମକୋର୍ଟଙ୍କ ଏହି ଆଭିମୁଖ୍ୟ ପରେ ସେନ୍ଥିଲ ବାଲାଜୀ କରିଥିବା ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି। ଶୁଣାଣି ସମୟରେ ସେନ୍ଥିଲ ବାଲାଜୀଙ୍କ ପକ୍ଷରୁ ହାଜର ହୋଇଥିବା ମୁକୁଲ ରୋହତଗୀ କହିଛନ୍ତି ନିୟମିତ ଜାମିନ ପାଇଁ ସେ ନିମ୍ନ ଅଦାଲତରେ ଆବେଦନ କରିବେ। ବର୍ତ୍ତମାନ ସେ ସୁପ୍ରିମକୋର୍ଟଙ୍କ ଆବେଦନ ପ୍ରତ୍ୟାହାର କରୁଛନ୍ତି। ସୂଚନାଯୋଗ୍ୟ ଅର୍ଥ ହେରଫେର ଅଭିଯୋଗରେ ସେନ୍ଥିଲ ବାଲାଜୀ ଜେଲରେ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button