ଭାରତ ବନ୍ଦ : ଡିସିପିଙ୍କ ଗୋଡ଼ରେ ଗାଡ଼ି ଚଢାଇଦେଲେ ଯୁବକ

ନୂଆଦିଲ୍ଲୀ : ‘ଭାରତ ବନ୍ଦ’ ସମୟରେ ବେଙ୍ଗଗଲୁରୁରେ ଘଟିଛି ଅଭାବନୀୟ ଅଘଟଣ। ଉତ୍ତର ବେଙ୍ଗଗଲୁରୁର ଡିସିପି ଧର୍ମେନ୍ଦ୍ର ମୀନାଙ୍କ ଗୋଡ ଉପରେ ଏସୟୁଭି ଗାଡି ଚଢାଇଦେଇଛନ୍ତି ଜଣେ ଯୁବକ।

ଖବର ଅନୁଯାୟୀ ‘ଭାରତ ବନ୍ଦ’ ବେଳେ ବେଙ୍ଗଗଲୁରୁ ସହରରେ ଯେପରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ବିଭାଗର ବଡ ଅଧିକାରୀମାନେ ପ୍ରଦର୍ଶନସ୍ଥଳୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିଲେ। ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବା ସମୟରେ ଜଣେ ପ୍ରଦର୍ଶନକାରୀ ଉତ୍ତର ବେଙ୍ଗାଲୁରୁର ଡିସିପି ଧର୍ମେନ୍ଦ୍ର ମୀନାଙ୍କ ଗୋଡ ଉପରେ ଗାଡି ଚଢାଇ ଦେଇଥିଲେ। ଏହି ଘଟଣା ଘଟାଇଥିବା ହରିଶ ଗୌଡାଙ୍କୁ ପୋଲସ ଅଟକ ରଖିଛି।

ଉଲ୍ଲେଖଯୋଗ୍ୟ ସଂସଦରେ ଗୃହିତ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଗତବର୍ଷଠାରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛି। କିନ୍ତୁ କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରୁନାହାନ୍ତି। କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଇଥିଲା। ଏହି ଆନ୍ଦୋଳନକୁ କଂଗ୍ରେସ ସମେତ, ଆମ ଆଦମୀ ପାର୍ଟି, ଆରଜେଡି, ଟିଡିପି, ୱାଇଏସଆର କଂଗ୍ରେସ ଓ ବାମ ଦଳ ସମେତ ୧୨ଟି ରାଜନୈତିକ ଦଳ ସମର୍ଥନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *

Back to top button