୧୦୦ କୋଟିର ମାନହାନି ମାମଲା : କଂଗ୍ରେସ ଅଧ୍ୟକ୍ଷ ଖଡ୍‌ଗେଙ୍କୁ ସମନ୍‌

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଇସ୍ତାହାରରେ ବଜରଙ୍ଗ ଦଳକୁ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ ସହିତ କଂଗ୍ରେସ ତୁଳନା କରିଥିବାରୁ ୧୦୦ କୋଟି ଟଙ୍କାର ମାନହାନି ମାମଲା ହୋଇଛି। ଆଜି ପଞ୍ଜାବର ଏକ ଅଦାଲତ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଏହି ମାମଲାରେ ସମନ ଜାରି କରିଛନ୍ତି।

ଖବର ଅନୁଯାୟୀ ବଜରଙ୍ଗ ଦଳ ହିନ୍ଦୁସ୍ତାନର ସଭାପତି ହିତେଶ ଭରଦ୍ଵାଜଙ୍କ ଅଭିଯୋଗ ଆଧାରରେ ପଞ୍ଜାବର ସଙ୍ଗ୍‌ରୁର୍‌ ଜିଲ୍ଲା ଅଦାଲତ କଂଗ୍ରେସ ଅଧ୍ୟକ୍ଷଙ୍କୁ ସମନ ଜାରି କରିଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପ୍ରକାଶ କରିଥିବା ଇସ୍ତାହାରରେ ବଜରଙ୍ଗ ଦଳକୁ ଏସ୍‌ଆଇଏମ୍‌ଆଇ’ ଏବଂ ଅଲ୍‌-କାଏଦା ଭଳି ଦେଶବିରୋଧୀ ସଙ୍ଗଠନ ସହିତ ତୁଳନା କରିଛି ବୋଲି ଅଭିଯୋଗକାରି ଦର୍ଶାଇଥିଲେ।

ସୂଚନାଯୋଗ୍ୟ ଦୁଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବୃଦ୍ଧି କରୁଥିବା ବଜରଙ୍ଗ ଦଳକୁ ନିଷିଦ୍ଧ କରାଯିବ ବୋଲି ଇସ୍ତାହାରରେ କଂଗ୍ରେସ ଉଲ୍ଲେଖ କରିଥିଲା। ପ୍ରଧାନମନ୍ତ୍ରୀ ଓ ଅନ୍ୟ ବିଜେପି ନେତା ତୀବ୍ର ସମାଲୋଚନା କରିବାରୁ କଂଗ୍ରେସ ସ୍ପଷ୍ଟୀକରଣ ଦେଇ କହିଥିଲା ବଜରଙ୍ଗ ଦଳକୁ ନିଷିଦ୍ଧ କରାଯିବାର ଯୋଜନା ନାହିଁ। କାରଣ ନିଷିଦ୍ଧ କରିବାର ଅଧିକାର କେବଳ କେନ୍ଦ୍ର ସରକାରଙ୍କର ଅଛି।

Leave a Reply

Your email address will not be published. Required fields are marked *

Back to top button